ରାଜ୍ୟ

୨ରୁ ୩ ଡିଗ୍ରି କମିବ ତାପମାତ୍ରା

ଭୁବନେଶ୍ବର: ଆସନ୍ତା ୪ରୁ ୫ ଦିନ ମଧ୍ୟରେ ସର୍ବନିମ୍ନ ଦିନ ତାପମାତ୍ରା ୨ ରୁ ୩ ଡିଗ୍ରି କମିବ। ଦିନ ତାପମାତ୍ରାରେ କୌଣସି ପରିବର୍ତ୍ତନର ସମ୍ଭାବନା ନାହିଁ। ରାଜ୍ୟରେ ଶୀତର ପ୍ରକୋପ ସ୍ୱାଭାବିକ ରହିବ ବୋଲି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି। ତେବେ ଆସନ୍ତା ଦୁଇ ଦିନ କିଛି ଜିଲ୍ଲାରେ ଘନ କୁହୁଡ଼ି ଯୋଗୁ ଦୃଶ୍ୟତା ପ୍ରଭାବିତ ହେବା ସମ୍ଭାବନା ରହିଛି। ଏହି ତାଲିକାରେ ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ଗଞ୍ଜାମ, କନ୍ଧମାଳ, କଳାହାଣ୍ଡି ଓ କୋରାପୁଟ୍‌ ଜିଲ୍ଲା ରହିଛି। ସୁନ୍ଦରଗଡରେ ଅଧିକ ଘନ କୁହୁଡି ଦେଖାଯିବା ଆଶଙ୍କା ଥଇବାରୁ ଏଠାରେ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରାଯାଇଛି।

ଗତକାଲି ଝାରସୁଗୁଡ଼ା, ଗଂଜାମ, କଳାହାଣ୍ଡି , କୋରାପୁଟ, କନ୍ଧମାଳ ସୁନ୍ଦରଗଡ, ସମ୍ବଲପୁର ଓ ବରଗଡ଼ରେ ହାଲୁକାରୁ ମଧ୍ୟମ ଧରଣର କୁହୁଡିର ଦେଖାଦେଇଥିଲା। ଗତ ୨୪ ଘଣ୍ଟାରେ ସର୍ବନିମ୍ନ ତାପମାତ୍ରା ୧୦.୨ ଡିଗ୍ରି ରାଉରକେଲାରେ ରେକର୍ଡ କରାଯାଇଥିଲା। ରାଉରକେଲା, ଭବାନୀପାଟଣା, କୋରାପୁଟ, ଫୁଲବାଣୀ, ସୁନ୍ଦରଗଡ଼ ଜିଲ୍ଲାରେ ଘନ କୁହୁଡି ଦେ‌ଖା ଦେଇଥିଲା। ପାହାଡ଼ିଆ ଅଞ୍ଚଳର ଜି. ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୯.୨ ଡିଗ୍ରି ରହିଥିଲା। ଭୁବନେଶ୍ୱରରେ ସର୍ବନିମ୍ନ ତାପମାତ୍ରା ୧୫ ଓ କଟକରେ ୧୩.୬ ଡିଗ୍ରି ରେକର୍ଡ କରାଯାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button