ଅସୁରଘାଟୀକୁ ପ୍ରର୍ଯ୍ୟଟନସ୍ଥଳୀର ମାନ୍ୟତା କେବେ ମିଳିବ?
ରାଇରଙ୍ଗପୁର (ତୁଷାର କାନ୍ତ ମହାନ୍ତ): ଶୀତଋତୁ ଆସିଲା। ବଣଭୋଜି ପାଇଁ ବିଭିନ୍ନ ଜଳପ୍ରପାତ, ଡ୍ୟାମ୍, ପାହାଡ଼, ପାର୍କ ସମେତ ପର୍ଯ୍ୟଟନସ୍ଥଳୀ ଚଳଚଂଚଳ ହୋଇପଡ଼ିଛି। ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ବ୍ଲକରେ ଅଛି ଅସୁରଘାଟୀର ମଣିଭଦ୍ରା ଜଳପ୍ରପାତ, ଯାହା ଏବେ ଅବହେଳିତ ଅବସ୍ଥାରେ। ଏଠାକୁ ଯିବା ପାଇଁ ହେଲେ ରାଇରଙ୍ଗପୁରରୁ ଗୋରୁମହିଷାଣୀ ଯିବା ବାଟରେ ୧୨ କି.ମି ଯିବା ପରେ ପଡ଼େ ଶୁଣ୍ଢଳ ଗ୍ରାମ। ଶୁଣ୍ଢଳଠାରୁ ଡାହାଣ ପଟ ରାସ୍ତା ଦେଇଗଲେ ପଡ଼େ ବଡମୌଦା ଗ୍ରାମପଂଚାୟତର ହିକେଇସାହି ଗ୍ରାମ ଏବଂ ହିକେଇସାହିଠାରୁ ଜଙ୍ଗଲ ରାସ୍ତା ଦେଇ ମାତ୍ର ୩ କି.ମି ଯିବା ପରେ ପଡ଼େ ଅସୁରଘାଟୀ ଏବଂ ସେହି ଅସୁରଘାଟୀରେ ଅବସ୍ଥିତ ମଣିଭଦ୍ରା ଜଳପ୍ରପାତ।
ଜଳପ୍ରପାତର ଉଚ୍ଚତା ୪୦ରୁ ୫୦ ଫୁଟରୁ ଅଧିକ ହେବ ଏବଂ ଏହାର ଗଭୀରତା ମଧ୍ୟ ୨୦ ଫୁଟରୁ ଅଧିକ ବୋଲି ଅଂଚଳବାସୀ ପ୍ରକାଶ କରିଛନ୍ତି। କିନ୍ତୁ ବର୍ତ୍ତମାନ ଏକ ଘରୋଇ କଂପାନିର ଲୁହାପଥର ଉତ୍ତୋଳନ ଯୋଗୁଁ ଉକ୍ତ ଜଳପ୍ରପାତଟି ଧୀରେଧୀରେ ପୋତି ହୋଇଯାଉଥିବା ପ୍ରକାଶ କରିଛନ୍ତି। ଏହା ବ୍ୟତୀତ ଉକ୍ତ ଜଳପ୍ରପାତ ପାର୍ଶ୍ବରେ ଥିବା ସବୁଜ ବୃକ୍ଷଲତା ତଥା ବିଭିନ୍ନ ପ୍ରକାରର ଔଷଧୀୟ ବୃକ୍ଷ ମଧ୍ୟ ଲୁହାଖଣି ଉତ୍ତୋଳନ ଯୋଗୁଁ ଧୂଳିଗୁଣ୍ଡରେ ପ୍ରଦୂଷିତ ହୋଇ ସବୁଜରୁ ନାଲି ରଙ୍ଗରେ ବଦଳି ଯାଇଛି।
ଏହି ଖବର ପଢ଼ନ୍ତୁ: ଜଳାଶୟରେ ଦେଖିବାକୁ ମିଳୁନାହାଁନ୍ତି ପକ୍ଷୀ
ତେବେ ଉକ୍ତ ସ୍ଥାନର ଏକ କିମ୍ବଦନ୍ତୀ ଅଛି। ଅଂଚଳବାସୀଙ୍କ କହିବା ଅନୁସାରେ ଉକ୍ତ ପାହାଡ଼ରେ ପୂର୍ବରୁ ପ୍ରଭୁ ରାମଚନ୍ଦ୍ର ଗୋଟିଏ ଅସୁରକୁ ଏହି ସ୍ଥାନରେ ବଧ କରିଥିଲେ। ସେହିଦିନଠାରୁ ଉକ୍ତ ପାହାଡକୁ ଅସୁରଘାଟୀ ବୋଲି ନାମକରଣ କରାଯାଇଛି। ଉକ୍ତ ସ୍ଥାନରେ ବର୍ତମାନ ମଧ୍ୟ ପାହାଡ ଦେହରେ ୩୦ରୁ ୪୦ ଫୁଟ ଉଚ୍ଚର ହାଡ ଭଳି ଜିନିଷ ଥିବା ଦେଖିବାକୁ ମିଳୁଛି। ତେବେ କିଛି ବର୍ଷ ପୂର୍ବରୁ ଉକ୍ତ ହାଡର କିଛି ଅଂଶ ବିଦେଶୀମାନେ ଆସି ବିଦେଶକୁ ନେଇଯାଇଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ବର୍ତମାନ ମଧ୍ୟ କିଛି ଅଂଶ ଉକ୍ତ ସ୍ଥାନରେ ଥିବା ଦେଖିବାକୁ ମିଳୁଛି।
ଏହି ଖବର ପଢ଼ନ୍ତୁ: ବୈଷ୍ଣବ ଚରଣ ସାମଲ ପାଇବେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର
ଜଳପ୍ରପାତ ପାର୍ଶ୍ବରେ ଥିବା ଏକ ଗୁମ୍ଫାରେ ପ୍ରଭୁ ରାମ ଓ ସୀତାଦେବୀଙ୍କ ପୂଜା କରାଯାଉଛି। ରାମ ନବମୀରେ ଉକ୍ତ ପାହାଡ଼ରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଜନସମାଗମ ହୋଇଥାଏ। ଲୋକଙ୍କ ବିଶ୍ୱାସ ଯେ ସେଠାରେ କେହି ଭକ୍ତ ମାନସିକ କଲେ ତାହାର ମାନସିକ ମଧ୍ୟ ପୂରଣ ହୋଇଥାଏ ବୋଲି ଲୋକେ ବିଶ୍ୱାସ କରନ୍ତି। ଉକ୍ତ ପ୍ରର୍ଯ୍ୟଟନସ୍ଥଳୀକୁ ବହୁ ପ୍ରର୍ଯ୍ୟଟକ ଓ ସରକାରୀ ବାବୁମାନେ ମଧ୍ୟ ଆସି ପଦିଦର୍ଶନ କରିଥାନ୍ତି। କିନ୍ତୁ ତାହା ଏବେ ଅବହେଳିତ ଅବସ୍ଥାରେ। ଉକ୍ତ ସ୍ଥାନକୁ ରାମନବମୀ ବ୍ୟତୀତ ନୂଆବର୍ଷ ଏବଂ ବଡଦିନ ସମୟରେ ପ୍ରର୍ଯ୍ୟଟକଙ୍କର ପ୍ରବଳ ଭିଡ ଜମିଥାଏ। ଉକ୍ତ ପର୍ଯ୍ୟଟନସ୍ଥଳୀ ସମ୍ବନ୍ଧରେ ‘ସମ୍ବାଦ’ରେ ବାରମ୍ବାର ଖବର ପ୍ରକାଶ ପରେ ପ୍ରଶାସନ ପକ୍ଷରୁ ପ୍ରଶାସନ କିଛିଟା ରାସ୍ତା ମରାମତି କରାଯାଇଛି।
ଏହି ଖବର ପଢ଼ନ୍ତୁ: ରାଜ୍ୟ ସରକାରଙ୍କ ନୂଆ ଯୋଜନାକୁ ସହିପାରୁନି ବିଜେଡି
ତେବେ ସରକାରଙ୍କ ଦ୍ୱାରା ଉକ୍ତ ସ୍ଥାନକୁ ଗମନାଗମନ ପାଇଁ ଭଲ ରାସ୍ତା, ବଗିଚା ସମେତ ପାର୍କ ନିର୍ମାଣ କରିବା ପାଇଁ ଦାବି ହେଉଛି। ଉକ୍ତ ସ୍ଥାନ ଓ ଜଳପ୍ରପାତକୁ ପ୍ରର୍ଯ୍ୟଟନସ୍ଥଳୀର ମାନ୍ୟତା ଦିଆଯାଉ ବୋଲି ଅଂଚଳବାସୀ ବାରମ୍ବାର ଦାବି କରୁଥିଲେ ମଧ୍ୟ ବର୍ତମାନ ସୁଦ୍ଧା ସରକାର ଶୁଣି ନାହାନ୍ତି। ରାଜ୍ୟରେ ବିଜେପି ସରକାର