ରାଜ୍ୟ

ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ମିଶିଯିବ: ଓଡ଼ିଶାରେ କେନ୍ଦ୍ରୀୟ ଟିମ୍

ଭୁବନେଶ୍ବର: ରାଜ୍ୟରେ ଚଳିତ ଆର୍ଥିକ ବର୍ଷରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରିବା ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ରାଜ୍ୟରେ ଚାଲୁଥିବା ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ସହ ଆୟୁଷ୍ମାନ ଭାରତ ଯୋଜନାର ମିଶ୍ରଣ ହେବ। ତେବେ କିଭଳି ଢଙ୍ଗରେ ଏହାକୁ କାର୍ଯ୍ୟକାରୀ କରାଯିବ ତାହାର ଅନୁଧ୍ୟାନ ପାଇଁ ଆଜି ଜାତୀୟ ସ୍ବାସ୍ଥ୍ୟ କର୍ତ୍ତୃପକ୍ଷ(ଏନ୍‌ଏଚ୍‌ଏ)ଙ୍କ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସମେତ ୩ ଜଣିଆ କେନ୍ଦ୍ରୀୟ ଟିମ୍‌ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିଛନ୍ତି। ଓଡ଼ିଶାରେ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା(ଜିଜେଏୱାଇ) କାର୍ଯ୍ୟକାରୀ ହେଉଛି। କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ଯୋଜନା ଜରିଆରେ ମଧ୍ୟ ଲୋକମାନଙ୍କୁ ଚିକିତ୍ସା ସୁବିଧା ମିଳୁଛି। ତେଣୁ ଏହି ଦୁଇ ଯୋଜନାର ସୁଫଳ କିଭଳି ରାଜ୍ୟବାସୀ ପାଇବେ ସେଥିପାଇଁ ଉଦ୍ୟମ ଆରମ୍ଭ ହୋଇଛି।

ସ୍ବାସ୍ଥ୍ୟ ବିଭାଗରୁ ମିଳିଥିବା ସୂଚନା ଅନୁସାରେ, ଏହି ଦୁଇ ଯୋଜନାକୁ କିଭଳି ଏକତ୍ର କାର୍ଯ୍ୟକାରୀ କରାଯିବ ତାହା ଉପରେ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା ହୋଇଛି। ଦୁଇ ଯୋଜନା କାର୍ଯ୍ୟକାରୀ ହେଲେ କେଉଁ କେଉଁ ସମସ୍ୟା ସୃଷ୍ଟି ହେବ ତାହା ଉପରେ ଅଧିକାରୀମାନେ ବିଚାରବିମର୍ଶ ଚଳାଇଛନ୍ତି। କିଛିଦିନ ପୂର୍ବରୁ ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଥିଲେ, ଜିଜେଏୱାଇ-ଆୟୁଷ୍ମାନ ଭାରତ ଯୋଜନା କାର୍ଯ୍ୟକାରୀ ହେବା ପରେ ଦେଶର ୨୭ହଜାର ହସ୍ପିଟାଲରେ ରୋଗୀଙ୍କୁ ଚିକିତ୍ସା ସୁବିଧା ମିଳିବ। ଏଥିପାଇଁ ସାଢ଼େ ୩କୋଟି ଲୋକଙ୍କୁ ସ୍ବତନ୍ତ୍ର କାର୍ଡ ଦିଆଯିବ। ଏଥିପାଇଁ ମୋଡାଲିଟି ପ୍ରସ୍ତୁତ କରାଯାଉଛି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button