ରାଜ୍ୟ

ଚଉଷଠି ଯୋଗିନୀ ମହୋତ୍ସବର ଦ୍ବିତୀୟ ସନ୍ଧ୍ୟା: ଘୁମୁରା ନୃତ୍ୟରେ ମସ୍‌ଗୁଲ ଦର୍ଶକ

ବାଲିଅନ୍ତା: ବାଲିଅନ୍ତା ବ୍ଲକ ହୀରାପୁର ଗ୍ରାମ୍ୟ କମିଟି ଓ ଟ୍ରଷ୍ଟବୋର୍ଡ ମିଳିତ ଆନୁକୂଲ୍ୟରେ ଚଉଷଠି ଯୋଗିନୀ ନୃତ୍ୟମଣ୍ଡପରେ ଚାଲିଥିବା ଅଷ୍ଟାଦଶ ଚଉଷଠି ଯୋଗିନୀ ମହୋତ୍ସବର ଆଜି ଦ୍ବିତୀୟ ସଂଧ୍ୟାରେ କଳାହାଣ୍ଡିର ଲୋକନୃତ୍ୟ ଦର୍ଶକଙ୍କୁ ମୁଗ୍ଧ କରିଥିଲା। ଗୁରୁ ଧ୍ୟାନନନ୍ଦଙ୍କ ନିଦ୍ଦେର୍ଶନାରେ କଳାକାର ଘୁମୁରା ଓ ନିଶାନ ବଜାଇ ମା’ ମାଣିକେଶ୍ବରୀଙ୍କ ବନ୍ଦନା, ପ୍ରେମରସ, ଶୃଙ୍ଗାର ରସ ଓ ବୀର ରସ ପରିବେଷଣ କରିଥିଲେ। ପୁରୀ ନାଚଘର ଅନୁଷ୍ଠାନ ଗୁରୁ କୁମାର ଭୀମସେନଙ୍କ ନିର୍ଦ୍ଦେଶନରେ ଦଳଗତ ଗୀତଗୋବିନ୍ଦ ପରିବେଷଣ କରିଥିଲା। ଦ୍ବିତୀୟ ସୋପାନରେ ଗୁରୁ ରାଜେଶ ସାହୁଙ୍କ ନୃତ୍ୟ ସଂଯୋଜନାରେ ‘ଦେବୀସ୍ତୁତି’ ଦର୍ଶକଙ୍କୁ ଆନମନା କରିଥିଲା।

ପରେ ଭୁବନେଶ୍ବର ଆରାଧନା ନୃତ୍ୟ ଅନୁଷ୍ଠାନ ଗୁରୁ ଚିତ୍ରସେନ ସ୍ବାଇଁଙ୍କ ନିର୍ଦ୍ଦେଶନାରେ ଗୋଟିପୁଅ ନୃତ୍ୟରେ ପଞ୍ଚଦେବସ୍ତୁତି, ‘ଦେଖଗୋ ରାଧାମାଧବ ଚାଲି’ ପରିବେଷଣ କରିଥିଲା। ଶେଷରେ ବାଳକାଟି ଅଞ୍ଚଳର ସୁର ଆଣ୍ଡ ରିଦିମ ଅନୁଷ୍ଠାନର କଳାକାରମାନେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ପୂର୍ବତନ ସରପଞ୍ଚ ସୁକାନ୍ତ ସାହୁ, ବିଜେଡି ସଭାପତି ପ୍ରଦୀପ୍ତ ଜେନାମଣି, ବାଲିପାଟଣା ସଭାପତି କିଶୋର ଜେନା, ବିଜୟ ମୁଦୁଲି, ଜିଲ୍ଲାପରିଷଦ ସଭ୍ୟ ଗଙ୍ଗାଧର ମଲ୍ଲିକ, ମାନସ ନାୟକ, ସମାଜସେବୀ ଦିଲ୍ଲୀପ ମାର୍ଥା, ବ୍ଲକ ଉପାଧ୍ୟକ୍ଷା ଇତିଶ୍ରୀ ଜେନା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ନୃତ୍ୟଶିଳ୍ପୀମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ମହୋତ୍ସବ କମିଟିର ରବୀନ୍ଦ୍ର ନାୟକ ଓ ସଂପାଦକ କାଳୁଚରଣ ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button