IBN ଓଡ଼ିଶା ବ୍ୟୁରୋ

ମା’ଙ୍କ ଚିକିତ୍ସା ପାଇଁ ଚୋରି କରିବାକୁ ଯାଇଥିଲି: ସୈଫ୍ ଅଲ୍ଲୀ ଖାନ୍‌ଙ୍କ ଆକ୍ରମଣକାରୀର ବୟାନ

ମୁମ୍ବାଇ: ଅସୁସ୍ଥ ମା’ଙ୍କ ଚିକିତ୍ସା ପାଇଁ ଟଙ୍କା ଦରକାର ଥିବାରୁ ବଲିଉଡ୍ ଅଭିନେତା ସୈଫ୍ ଅଲ୍ଲୀ ଖାନ୍‌ଙ୍କ ଘରେ ଲୁଟ୍ ଉଦ୍ୟମ କରିଥିଲି ବୋଲି ବାଂଲାଦେଶୀ ନାଗରିକ ସରିଫୁଲ ଇସଲାମ ଶେହଜାଦ ଓରଫ ବିଜୟ ଦାସ (୩୦) କହିଛି। ଗତ ବର୍ଷ ଡିସେମ୍ବର ମାସରେ ଅଭିଯୁକ୍ତ ଜଣକ ହାଉସକିପିଂ ଚାକିରି ହରାଇଥିଲା ଏବଂ ମାଲିକ ତାକୁ ବିନା ଟଙ୍କାରେ ବିଦା କରି ଦେଇଥିଲେ। ଶୋହଜାଦ ସୈଫ୍‌ଙ୍କ ଘର ବାଛିଥିଲା କାରଣ ସେ ଧନୀ ବ୍ୟକ୍ତିଙ୍କ ଘରୁ ଚୋରି କରିବାକୁ ଚାହୁଥିଲା।

ଏହି ଅପରାଧ ପରେ ସେ ବାଂଲାଦେଶ ଫେରିଯିବାକୁ ଯୋଜନା କରିଥିଲା ବୋଲି ପୁଲିସକୁ କହିଥିବା ଏକ ରିପୋର୍ଟରେ ପ୍ରକାଶ ପାଇଛି। ଗତ ବର୍ଷ ସେପ୍ଟେମ୍ବର ମାସରେ ଥାନେ ରେଷ୍ଟୁରାଣ୍ଟରେ ଯୋଗ ଦେବା ପୂର୍ବରୁ ଶେହଜାଦ ୱର୍ଲି ରେଷ୍ଟୁରାଣ୍ଟରେ କାମ କରି ମାସକୁ ୧୩,୦୦୦ ଟଙ୍କା ପାଉଥିଲା। ପଚରାଉଚରା ବେଳେ ସେ ପୁଲିସକୁ କହିଥିଲା ଯେ ଏହି ଟଙ୍କାରୁ ସେ ନିଜ ମା’ଙ୍କ ଚିକିତ୍ସା ପାଇଁ ବାଂଲାଦେଶକୁ ୧୨ ହଜାର ଟଙ୍କା ପଠାଉଥିଲା ଓ ନିଜ ପାଇଁ ମାତ୍ର ୧୦୦୦ ଟଙ୍କା ରଖୁଥିଲା। ଜଣେ ଗ୍ରାହକଙ୍କ ହୀରା ମୁଦି ଜବତ ହେବା ପରେ ଶେହଜାଦକୁ ୱାର୍ଲି ରେଷ୍ଟୁରାଣ୍ଟ ଚାକିରିରୁ ବହିଷ୍କାର କରାଯାଇଥିଲା। ଶେହଜାଦ ପୁଲିସକୁ କହିଛି ଯେ ସେ ନିଜକୁ ସୈଫ୍‌ଙ୍କ କବଳରୁ ମୁକ୍ତ କରିବା ପାଇଁ ଅଭିନେତାଙ୍କ ପିଠିରେ ଏକାଧିକ ଥର ଛୁରାମାଡ଼ କରିଥିଲା ଏହି ଆକ୍ରମଣ ପରେ ସେ ବାନ୍ଦ୍ରାରେ ଥିବା ଖାନଙ୍କ ଫ୍ଲାଟରୁ ଖସି ପଳାଇ ଥିଲା ଏବଂ ପ୍ରାୟ ୨ ଘଣ୍ଟା ପର୍ଯ୍ୟନ୍ତ ବିଲ୍ଡିଂର ବଗିଚାରେ ଲୁଚି ରହିଥିଲା ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button