ଅପରାଧ

ବୋହୂ ସହ ଶାରିରୀକ ସମ୍ପର୍କ ରଖିବାକୁ ଚାହୁଁଥିଲା ଶ୍ୱଶୁର; ଶେଷରେ କ’ଣ ହେଲଶ ଜାଣନ୍ତୁ…. – Ibnodisha

[ad_1]

ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ଜଣେ ୪୦ ବର୍ଷୀୟା ମହିଳା ନିଜ ସ୍ୱାମୀର ଗଳାକାଟି ହତ୍ୟା କରିଛି । ହତ୍ୟାର କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ। ମହିଳାଙ୍କ ସ୍ୱାମୀ ନିଜର ୧୯ ବର୍ଷୀୟା ବୋହୂ ଉପରେ ଖରାପ ଦୃଷ୍ଟି ପକାଇଥିଲେ । ବୋହୂ ସହିତ ଶାରିରୀକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ । ତେଣୁ ବୋହୂକୁ ଯୌନ ପିପାସୁ ଶ୍ୱଶୁର କବଳରୁ ରକ୍ଷା କରିବାକୁ ଯାଇ ଉଗ୍ରରୂପ ଧାରଣ କରିଥିଲେ ଶାଶୁ । ଶୋଇଥିବା ଅବସ୍ଥାରେ ନିଜ ସ୍ୱାମୀକୁ କୁରାଢୀରେ ହାଣି ହତ୍ୟା କରିଥିଲେ । ବଦୌନ ଜିଲ୍ଲାରେ ଏହି ହତ୍ୟାକାଣ୍ଡ ଘଟିଛି । ଘଟଣାଟି ଅଗଷ୍ଟ ୧୪ ତାରିଖର । ବଦୌନ ଅଞ୍ଚଳର ୪୩ ବର୍ଷୀୟ ତେଜେନ୍ଦର ସିଂହଙ୍କୁ ଶୋଇଥିବା ଅବସ୍ଥାରେ ହତ୍ୟା କରାଯାଇଥିଲା । ପୋଲିସ ପଚରାଉଚରା କରିବାରୁ କେହି ଅଜଣା ବ୍ୟକ୍ତି ଆସି ତେଜେନ୍ଦରଙ୍କୁ ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଥିଲେ । ହେଲେ ଘଟଣାର ତଦନ୍ତ ପରେ ପ୍ରକୃତ ସତ ସାମ୍ନାକୁ ଆସିଥିଲା । ଅନ୍ୟ କେହି ନୁହେଁ ସ୍ତ୍ରୀ ମିଥିଳେଶ ଦେବୀ ହିଁ ସ୍ୱାମୀକୁ ହତ୍ୟା କରିଥିବା ଜଣାପଡିଥିଲା । ଅଭିଯୁକ୍ତ ମହିଳା ପ୍ରଥମେ ଏକଥା ଖଣ୍ଡନ କରିଥିବା ବେଳେ ପରେ ନିଜର ଦୋଷ ସ୍ୱୀକାର କରିଥିଲେ । ତେବେ ହତ୍ୟାକାଣ୍ଡର କାରଣ ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଥିଲେ ।

ଅଭିଯୁକ୍ତ ମହିଳା ପୋଲିସ ଆଗରେ କହିଥିଲେ ଯେ, ତାଙ୍କର ସ୍ୱାମୀ ୧୯ ବର୍ଷୀୟା ବୋହୂ ସହିତ ଶାରିରୀକ ସମ୍ପର୍କ ରଖିବାକୁ ଚାହୁଁଥିଲା । ଏଥିପାଇଁ ବୋହୂକୁ ରାଜି କରାଇବାକୁ ସେ ତାଙ୍କୁ ସବୁବେଳେ ମାରପିଟ୍ କରୁଥିଲା । ତେଣୁ ବୋହୂକୁ ଯୌନ ଶୋଷଣରୁ ବଞ୍ଚାଇବାକୁ ଯାଇ ସେ ଏଭଳି ଜଘନ୍ୟ କାଣ୍ଡ ଘଟାଇଥିଲେ । ୧୪ ତାରିଖ ରାତିରେ ସ୍ୱାମୀ ତେଜେନ୍ଦର ସିଂହ ନିଶାସକ୍ତ ଅବସ୍ଥାରେ ଶୋଇଥିବା ବେଳେ ସେ ଏକ କୁରାଢୀରେ ତାଙ୍କର ବେକକୁ କାଟି ଦେଇଥିଲେ । ଏଥିରେ ଘଟଣାସ୍ଥଳରେ ହିଁ ତେଜେନ୍ଦରଙ୍କ ମୃତ୍ୟୁ ହୋଇଯାଇଥିଲା । ପୋଲିସ ହତ୍ୟାରେ ବ୍ୟବହୃତ କୁରାଢୀ ଜବତ କରିବା ସହ ମିଥିଳେଶ ଦେବୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।ସେହିପରି ଗତକାଲି ଉତ୍ତର ପ୍ରଦେଶର କୌଶମ୍ବି ଜିଲ୍ଲାରୁ ଆଉ ଏକ ଜଘନ୍ୟ ଘଟଣା ସାମ୍ନାକୁ ଆସିଥିଲା । ପ୍ରେମିକ ସହ ମୋବାଇଲରେ କଥା ହେବାରୁ ବାପା ଓ ଭାଇ ମିଶି ୧୭ ବର୍ଷୀୟ ନାବାଳିକାକୁ ହତ୍ୟା କରିଥିଲେ । ପ୍ରେମିକ ଅନ୍ୟ ସମ୍ପ୍ରଦାୟର ଥିବାରୁ ନାବାଳିକାଙ୍କ ପରିବାର ଲୋକେ ଏହାକୁ କଡା ବିରୋଧ କରୁଥିଲେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button