ରାଜ୍ୟ

ଚଳନ୍ତା ଗାଡ଼ିରେ ଲାଗିଲା ନିଆଁ – Ibnodisha

[ad_1]

ବାଙ୍କୀ: ଚଳନ୍ତା ଗାଡ଼ିରେ ନିଆଁ। ରାସ୍ତାରେ ଯାଉଥିବା ବେଳେ ନିଆଁ ଲାଗି ଜଳିଗଲା ପିକଅପ୍ ଭ୍ୟାନ୍। ବାରଙ୍ଗ ଥାନା ଅନ୍ତର୍ଗତ ଗୋଡିସାହି ଠାରେ ରାସ୍ତା ଉପରେ ଜଳିଗଲା । ଗତକାଲି ରାତିରେ ପିକଅପ୍ ଭ୍ୟାନଟି ଭୁବନେଶ୍ବରରୁ ଅନୁଗୁଳ ଯାଉଥିବାବେଳେ ହଠାତ ନିଆଁ ଲାଗିଯାଇଥିଲା। ଚାହୁଁ ଚାହୁଁ ହୁତୁ ହୁତୁ ହୋଇ ଜଳିଯାଇଥିଲା।

ନିଆଁ ଲାଗିଥିବା ଦେଖି ଡ୍ରାଇଭର ତୁରନ୍ତ ଗାଡିରୁ ଓହ୍ଲାଇ ପଡିଥିଲେ। ଅଗ୍ନିଶମ ବାହିନୀ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ନିଆଁକି ଆୟତ୍ତ କରିଥିଲା। ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି। ଗାଡିରେ ଥିବା କପଡ଼ା ପୋଡ଼ି ପାଉଁଶ ହୋଇଯାଇଛି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button