ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ଚାଲିଗଲା ୫ଜଣଙ୍କ ଜୀବନ – Ibnodisha

[ad_1]
ରାଜସ୍ଥାନ : ମୁହାଁମୁହିଁ ପିଟି ହେଲେ ଟ୍ରକ୍ ଓ ବୋଲେରୋ । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, କାର୍ରେ ଥିବା ୫ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ମୃତକମାନେ ଏକ ଗାଁର ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ମହିଳା ଓ ଶିଶୁ ବି ଥିବା ଜଣାଯାଇଛି । ଏହି ଦୁର୍ଘଟଣାରେ ୬ ଜଣ ଗୁରୁତର ହୋଇଥିବା ଜଣାଯାଇଛି । ଏପରି ଏକ ଭୟଙ୍କର ଦୁର୍ଘଟଣା ରାଜସ୍ଥାନର ଚୂର ଜିଲ୍ଲାରେ ହୋଇଛି ।
ସୂଚନା ଅନୁଯାୟୀ, ଏକ ବୋଲେରୋରେ ପ୍ରାୟ ୧୫ ଜଣ ପାଖାପାଖି ଲୋକ ଥିବା ବେଳେ ସେମାନେ ହନୁମାନଗଡ଼ର ଏକ ଧାର୍ମିକ ସ୍ଥାନରୁ ଘରକୁ ଫେରୁଥିଲେ । ସାଡାସର ଓ ସାବର ମଧ୍ୟରେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ୍ ବୋଲେରୋକୁ ଜୋରରେ ପିଟିଥିଲା । ଏହି ଦୁର୍ଘଟଣାରେ କାର୍ରେ ଥିବା ୩ ମହିଳାଙ୍କ ସମେତ ଏକ ଛୋଟ ଛୁଆ ଓ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣାରେ ୬ରୁ ଅଧିକ ଲୋକ ଗୁରୁତର ହୋଇଥିବା ଜଣାଯାଇଛି । ଗୁରୁତରଙ୍କ ମଧ୍ୟରେ ବହୁ ଶିଶୁ ଥିବା ବି ଜଣାଯାଇଛି । ପୁଲିସ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଗୁରୁତରଙ୍କୁ ନିକଟସ୍ଥ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଛି । ଏଥିସହ ଗାଡ଼ି ୨ ଟିକୁ ଜବତ କରିବା ସହ ଟ୍ରକ୍ ଡ୍ରାଇଭରଙ୍କୁ ଅଟକ ରଖିଛି ।
The post ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ଚାଲିଗଲା ୫ଜଣଙ୍କ ଜୀବନ appeared first on ONA KHABAR.
[ad_2]