ଖେଳ

ମୁରଲୀ କି ଭଜି ନୁହନ୍ତି, ସାକଲେନ୍‌ଙ୍କୁ ଶ୍ରେଷ୍ଠ ଅଫସ୍ପିନର୍‌ କହିଲେ ‌ଗମ୍ଭୀର – Ibnodisha

[ad_1]

ନୂଆଦିଲ୍ଲୀ : ଶ୍ରୀଲଙ୍କାର ମୁଥୟା ମୁରଲୀଧରନ କିମ୍ବା ଭାରତର ହରଭଜନ ସିଂହ, ଆର ଅଶ୍ବିନ୍, ପାକିସ୍ତାନର ସଇଦ୍ ଆଜମଲ କେହି ମୋ ସମୟର ସମୟର ମହାନ ଅଫସ୍ପିନର୍‌ ନୁହଁନ୍ତି ବୋଲି କହିଛନ୍ତି ପୂର୍ବତନ ଭାରତୀୟ ଓପନର୍‌ ଗୌତମ ଗମ୍ଭୀର। ମୋ କ୍ରିକେଟ୍ ଜୀବନ ସମୟରେ ଅଫସ୍ପିନରଙ୍କ ମଧ୍ୟରେ ଅନ୍ୟତମ ପାକିସ୍ତାନୀ ସ୍ପିନର୍‌ ସାକଲେନ୍‌ ମୁସ୍ତାକ୍‌ ଜଣେ ଉଚ୍ଚ ଶ୍ରେଣୀଭୁକ୍ତ ଅଫସ୍ପିନର୍‌ ଥିଲେ। ତାଙ୍କ ବୋଲିଂ ବେଳେ ବଲ୍‌ ୱିକେଟ୍‌କୁ ଏଭଳି ଆସୁଥିଲା ଯେ ବ୍ୟାଟର୍‌ଙ୍କ ପାଇଁ ଖେଳିବା ସବୁଠାରୁ ଅଧିକ କଷ୍ଟକର ହୋଇଯାଉଥିଲା। ସୂଚନାଯୋଗ୍ୟ, ଗୌତମ ଗମ୍ଭୀରଙ୍କ ଖେଳ ଜୀବନ ଆରମ୍ଭ ବେଳକୁ ସାକଲେନ୍‌ଙ୍କ ଖେଳ ଜୀବନ ସରି ସରି ଆସୁଥିଲା। ବିଶ୍ବ କ୍ରିକେଟ୍‌ରେ ସାକଲେନ୍‌ ହିଁ ‘ଦୁସରା’କୁ ପ୍ରଥମେ ପ୍ରଚଳନ କରିଥିଲେ।ନିଜ ସମୟରେ ସାକଲେନ୍‌ ଶୀର୍ଷରେ ରହୁଥିଲେ ବୋଲି ମଧ୍ୟ ଗମ୍ଭୀର ସ୍ବୀକାର କରିଥିଲେ। ମୋ ବିଶ୍ବାସରେ ସାକଲେନଙ୍କଠାରୁ ଆଉ କେହି ଶ୍ରେଷ୍ଠ ଅଫସ୍ପିନର୍‌ ନଥିଲେ। ମୁଁ ମୁରଲୀଧରନଙ୍କୁ ଖେଳିଛି, ମୁଁ ମଧ୍ୟ ସଇଦ୍ ଆଜମଲଙ୍କୁ ମୁକାବିଲା କରିଛି। ମୁଁ ହରଭଜନ ସିଂହ ଏବଂ ରବିଚନ୍ଦ୍ରନ ଅଶ୍ବିନଙ୍କ ବୋଲିଂକୁ ମଧ୍ୟ ଖେଳିଛି। ତାଙ୍କ ବୋଲିଂରେ ବଲ୍ ପଡ଼ିକି ଉଠୁଥିଲା ଏବଂ ବ୍ୟାଟର୍‌ଙ୍କୁ ଅଡୁଆରେ ପକାଉଥିଲା। ଶୀର୍ଷରେ ଥିବାବେ‌ଳେ ସେ ଜଣେ ଭିନ୍ନ ଧରଣର ବୋଲର ଥିଲେ ବୋଲି ଗମ୍ଭୀର କହିଛନ୍ତି। ସେ ଏମିତି ଜଣେ ବୋଲର ଥିଲେ ଯେ କି ଶେଷ ୧୦ ଓଭର ବି ବୋଲିଂ କରିପାରନ୍ତି। ମୁଁ ସ୍ପିନ୍‌ ବୋଲିଂକୁ ଭଲ ଖେଳେ ବୋଲି କୁହାଯାଏ। ଇଂଲଣ୍ଡ ଗସ୍ତରେ ମୁଁ ତାଙ୍କ ବୋଲିଂକୁ ଖେଳିଛି। ସେ ସମ୍ପୂର୍ଣ୍ଣ ଫିଟ୍‌ ନଥିଲେ ମଧ୍ୟ ଯେଭଳି ବୋଲିଂ କରିଥିଲେ ମୁଁ ଅସୁବିଧାରେ ପଡ଼ିଥିଲି। ମୋ ବିଶ୍ବାସରେ ସେ ହିଁ ବିଶ୍ବର ଶ୍ରେଷ୍ଠ ଅଫସ୍ପିନର୍‌। ସୂଚନାଯୋଗ୍ୟ, ସାକଲେନ୍‌ ପାକିସ୍ତାନ ପାଇଁ ୪୯ ଟେଷ୍ଟ୍‌ ଖେଳି ୨୦୮ ୱିକେଟ୍ ଏବଂ ୧୬୯ ଦିନିକିଆରୁ ୨୮୮ ୱିକେଟ୍ ଅକ୍ତିଆର କରିଥିଲେ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button