ଦେଶ

ଡ୍ରୋନରେ ଆସିବେ ଆତଙ୍କବାଦୀ ! ଭାରତକୁ ଡ୍ରୋନ ମାଧ୍ୟମରେ ଆତଙ୍କବାଦୀ ପଠାଇବାକୁ ପାକିସ୍ତାନର ଚକ୍ରାନ୍ତ – Ibnodisha

[ad_1]

ନୂଆଦିଲ୍ଲୀ: ଡ୍ରୋନ ମଣିଷ ଜୀବନକୁ ଅନେକ ପରିମାଣରେ ସୁଗମ ଓ ସହଜ କରିପାରିଛି । କିନ୍ତୁ ସେହି ଡ୍ରୋନ ପ୍ରଯୁକ୍ତି ଆତଙ୍କବାଦୀଙ୍କ ହାତରେ ଏକ ବଡ଼ ଅସ୍ତ୍ର ପାଲଟିଯାଇଛି । ଡ୍ରୋନ ମାଧ୍ୟମରେ ଅସ୍ତ୍ରଶସ୍ତ୍ର ଓ ନିଶାଦ୍ରବ୍ୟ ଚୋରାଚାଲାଣ କରିବା ପରେ ଏବେ ଆତଙ୍କବାଦୀଙ୍କୁ ବି ପଠାଇବାକୁ ମସୁଧା କରୁଛନ୍ତି । ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତୋଇବାର ଏପରି ଏକ ଚକ୍ରାନ୍ତ ସଂପର୍କରେ ସୁରାକ ପାଇଛନ୍ତି ଭାରତୀୟ ଗୁଇନ୍ଦା ଏଜେନ୍ସି ।

ଗୁଇନ୍ଦା ରିପୋର୍ଟ ଅନୁସାରେ, ଲସ୍କର ଏବେ ଡ୍ରୋନ୍ ଜରିଆରେ ଭାରତରେ ଅନୁପ୍ରବେଶ କରିବାକୁ ପ୍ରସ୍ତୁତ ହେଉଥିବା ବେଳେ ଏଥିପାଇଁ ନିଜ ଟ୍ରେନିଂ କ୍ୟାମ୍ପରେ ଆତଙ୍କବାଦୀଙ୍କୁ ପ୍ରଶିକ୍ଷଣ ଦେବା ମଧ୍ୟ ଆରମ୍ଭ କରିଛି। ଏହାର ଏକ ସ୍ୱତନ୍ତ୍ର ଭିଡିଓ ଗଣମାଧ୍ୟମରେ ପ୍ରକାଶ ପାଇଛି । ଭିଡିଓରେ ଦେଖାଯାଉଛି ଯେ, ଆତଙ୍କବାଦୀମାନେ ଏକ ଡ୍ରୋନ ମାଧ୍ୟମରେ ଆସି ଏକ ଜଳାଶୟ ନିକଟରେ ଓହ୍ଲାଉଛନ୍ତି ।

ପୂର୍ବରୁ କେବଳ ଡ୍ରୋନ୍ ଜରିଆରେ ସୀମା ପାର ହୋଇ ଡ୍ରଗ୍ସ ଚୋରା ଚାଲାଣ ହେଉଥିବା ବେଳେ ଏବେ ପାକିସ୍ତାନର ଆତଙ୍କବାଦୀ ସଂଗଠନ ମଧ୍ୟ ଏହା ମାଧ୍ୟମରେ ପଞ୍ଜାବରେ ଆତଙ୍କବାଦୀଙ୍କୁ ଅବତରଣ କରିବାକୁ ଯୋଜନା କରୁଛନ୍ତି। ଜମ୍ମୁ-କଶ୍ମୀରର ଅନନ୍ତନାଗ ଜିଲ୍ଲାର ଏକ ପାହାଡ଼ିଆ ଅଞ୍ଚଳର ଜଙ୍ଗଲରେ ଲୁଚି ରହିଥିବା ଲସ୍କର ଆତଙ୍କବାଦୀଙ୍କୁ ଖୋଜିବା ପାଇଁ ଲଗାତାର ତୃତୀୟ ଦିନ ପାଇଁ ସର୍ଚ୍ଚ ଅପରେସନ୍ ଜାରି ରହିଥିବା ବେଳେ ଏହି ଭିଡିଓ ସାମ୍ନାକୁ ଆସିଛି। ଏହି ଯୋଜନାରେ ସଫଳ ହେଲେ, ତାହା ଭାରତୀୟ ସେନା ପାଇଁ ଏକ ନୂଆ ମୁଣ୍ଡବ୍ୟଥାର କାରଣ ସାଜିପାରେ ବୋଲି ଆଶଙ୍କା କରାଯାଉଛି ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button