ରାଜ୍ୟ

ସପ୍ତାହର ଏହି ଦିନରେ କରନ୍ତୁ ସରଳ ଉପାୟ, ଆପଣଙ୍କୁ ମିଳିବ ଧନ ଓ ସୁଖସମୃଦ୍ଧି

ବୁଧବାର ଦିନଟି ଭଗବାନ ଶ୍ରୀଗଣେଶଙ୍କ ପାଇଁ ସମର୍ପିତ ହୋଇଥାଏ। ଏହାସହ ବୁଧଗ୍ରହକୁ ଶାନ୍ତି କରିବା ପାଇଁ କରୁଥିବା ଉପାୟ ପାଇଁ ବୁଧବାର ଅତ୍ୟନ୍ତ ଶୁଭ। ଆଜି କରିଥିବା ପୂଜା ଏବଂ ଉପାୟ ଗଣପତିଙ୍କ ଆଶୀର୍ବାଦ ପ୍ରଦାନ କରିଥାଏ। ଫଳରେ ଆପଣଙ୍କୁ ସୁଖ ସମୃଦ୍ଧି ସହ ଧନ ମଧ୍ୟ ମିଳିବ। ପ୍ରତି ବୁଧବାର ଦିନ ଆପଣ ଗଣେଶଙ୍କ ପାଖରେ ଏପରି କିଛି ସରଳ ଉପାୟ କରନ୍ତୁ, ଯାହା ଆପଣଙ୍କ ଭାଗ୍ୟକୁ ଉଜ୍ୱଳ କରିବ। ଆସନ୍ତୁ ଜାଣିନେବା କ’ଣ ସବୁ କରିବା ଉପାୟ…

ganesh puja

– ଗଣେଶଙ୍କୁ ବୁଧବାର ଦିନ ଦୁବ ଅର୍ପଣ କରନ୍ତୁ। ଏହାସହ ବୁଧବାର ଦିନ ହିଁ ଗଣେଶଙ୍କୁ ଗୁଡ ଧନିଆ ଭୋଗ ଲଗାନ୍ତୁ।

– ଘରୁ ବାହାରିବା ସମୟରେ ପାନମଧୁରି ଖାଇ ବାହାରନ୍ତୁ। ଏହିଦିନ ନୀଳ ରଙ୍ଗ ଡ୍ରେସ ପିନ୍ଧନ୍ତୁ। ନୀଳ ରୁମାଲ ବ୍ୟବହାର କରନ୍ତୁ।

budha

– ଓଁ ବ୍ରିଂ ବ୍ରିଂ ବ୍ରି ସଃ ବୁଧାୟ ନମଃ ମନ୍ତ୍ର ଜପ କରନ୍ତୁ। ଏହାଛଡା ଓଁ ନମୋ ଭଗବତେ ବାସୁଦେବାୟ ନମଃ ମନ୍ତ୍ର ୧୦୮ ଥର ଜପ କରନ୍ତୁ।

– ନିଜ ସାମର୍ଥ୍ୟ ଅନୁସାରେ ବୁଧବାର ଦିନ ମୁଗ ଡାଲି ଏବଂ ତମ୍ବା ବସ୍ତୁ ଦାନ କରନ୍ତୁ।

– ଶୋଇବା ସମୟରେ ତମ୍ବା ପାତ୍ରରେ ପାଣି ରଖି ତା’ ପରଦିନ ସକାଳୁ ପିଅନ୍ତୁ। ଏପରି କଲେ ବୁଧ ସହିତ ଜଡିତ ସବୁ ରୋଗରୁ ଲାଭ ମିଳିବ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button