IBN ଓଡ଼ିଶା ଏକ୍ସକ୍ଲୁସିଭ୍

ଗଣତନ୍ତ୍ର ଦିବସ ଅବସରରେ ଆଜିହିଁ ଘରେ ପ୍ରସ୍ତୁତ କରନ୍ତୁ ‘ତ୍ରିରଙ୍ଗା ଢ଼ୋକଲା’

ତ୍ରିରଙ୍ଗା ଆମ ଦେଶର ସମ୍ମାନ ଏବଂ ପବିତ୍ର ଗଣତନ୍ତ୍ର ଦିବସ ଅବସରରେ ସବୁଆଡେ ତ୍ରିରଙ୍ଗା ହିଁ ନଜର ଆସିଥାଏ ।ତାହେଲେ ଖାଦ୍ୟରେ ତ୍ରିରଙ୍ଗା କାହିଁକି ନୁହେଁ ? ସେଥିପାଇଁ ଗଣତନ୍ତ୍ର ଦିବସ ଅବସରରେ ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ତ୍ରିରଙ୍ଗା ଢ଼ୋକଲା ପ୍ରସ୍ତୁତ କରିବାର ସ୍ୱତନ୍ତ୍ର ବିଧି । ତାହେଲେ ଆସନ୍ତୁ ଜାଣିବା ଆମେ ଘରେ କିପରି ପ୍ରସ୍ତୁତ କରିବା ତ୍ରିରଙ୍ଗା ଢ଼ୋକଲା ।

ଆବଶ୍ୟକ ସାମଗ୍ରୀ

ସୁଜି ୧ କପ, ଦହି ୧ କପ, ଅଦା ପେଷ୍ଟ ଅଧା ଚାମଚ, ଇନୋ ଅଳ୍ପ ଟିକେ, ପାଳଙ୍ଗ ପେଷ୍ଟ, ଲଙ୍କା ପାଉଡର, ଲେମ୍ବୁରାସ, ଧନିଆ ପତ୍ର , କଞ୍ଚା ଲଙ୍କା, ସୋରିଷ, ଭୃସଙ୍ଗ ପତ୍ର, ନାରଙ୍ଗୀ ରଙ୍ଗ, ଚିନି,ତେଲ ଓ ଲୁଣ ସ୍ୱାଦ ଅନୁସାରେ ।

Image result for tricolor Dhokla

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ସୁଜିରେ ଦହି, ଅଦା ପେଷ୍ଟ, ଲୁଣ ଓ ପାଣି ଦେଇ ଏକ ଘୋଳ ପ୍ରସ୍ତୁତ କରନ୍ତୁ ଏବଂ ଏହାକୁ ଅଧଘଣ୍ଟା ପର୍ଯ୍ୟନ୍ତ ଛାଡି ଦିଅନ୍ତୁ । ତାପରେ ଏହି ଘୋଳାକୁ ତିନୋଟି ଭିନ୍ନ ଭିନ୍ନ ପାତ୍ରରେ ଢାଳି ଦିଅନ୍ତୁ ।ପ୍ରଥମ ପାତ୍ରର ଘୋଳରେ ୧ କପ ପାଳଙ୍ଗ ପେଷ୍ଟ, ଧନିଆ ପତ୍ର ଓ କଞ୍ଚାଲଙ୍କାକୁ ପେଷ୍ଟ କରି ପକାଇ ଗୋଳାଇ ଦିଅନ୍ତୁ । ଦ୍ଵିତୀୟ ପାତ୍ରରେ ନାରଙ୍ଗୀ ରଙ୍ଗ ଓ ଲଙ୍କା ପାଉଡର ମିଶାଇ ଗୋଳାଇ ଦିଅନ୍ତୁ ଏବଂ ତୃତୀୟ ପାତ୍ରକୁ ସେହିପରି ଧଳା ରହିବାକୁ ଦିଅନ୍ତୁ ।

tricolor dhokla

ଏବେ ପ୍ୟାନରେ ତେଲ ଗ୍ରୀସ କରାଇଦିଅନ୍ତୁ । ତାପରେ ପ୍ରସ୍ତୁତ କରି ରଖିଥିବା ଘୋଳାରେ ଟିକିଏ ଇନୋ ମିଶାଇ ତୁରନ୍ତ ଷ୍ଟିମରରେ ଦିଅନ୍ତୁ । ଏବେ ଏହି ଢ଼ୋକଲା ପ୍ରସ୍ତୁତ ହୋଇଗଲା ପରେ ଏହାକୁ ଏକ ପ୍ଲେଟରେ କାଢି ଦିଅନ୍ତୁ । ବାକି ଦୁଇ ଘୋଳାକୁ ଠିକ ସେହିପରି କରନ୍ତୁ । ଆଉ ତାକୁ ବାହାର କରି ତ୍ରିରଙ୍ଗା ଭଳି ଗୋଟେ ଉପରେ ଗୋଟେ ରଖନ୍ତୁ ।

tricolor dhokla

ଏବେ ଛୁଙ୍କ ଲଗାଇବା ପାଇଁ ଏକ ପ୍ୟାନରେ ତେଲ ଗରମ କରନ୍ତୁ । ତାପରେ ସେଥିରେ ସୋରିଷ, ଭୃଷଙ୍ଗପତ୍ର ଓ କଞ୍ଚାଲଙ୍କା ପକାଇ ଟିକିଏ ଭାଜି ଦିଅନ୍ତୁ । ତାପରେ ସେଥିରେ ଅଳ୍ପ ଲୁଣ ଟିକିଏ ଚିନି ଏବଂ ଲେମ୍ବୁରସ ମିଶାଇ ଭଲଭାବେ ମିକ୍ସ କରିଦିଅନ୍ତୁ ଓ ସେଥିରେ ଟିକିଏ ପାଣି ଦେଇ ଫୁଟାଇ ଦିଅନ୍ତୁ । ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ଆପଣଙ୍କର ତଡକା । ଏହାକୁ ଢ଼ୋକଲା ଉପରେ ଭଲଭାବେ ଢାଳି ଦିଅନ୍ତୁ ଓ ଗରମ ଗରମ ସର୍ଭ କରନ୍ତୁ ତ୍ରିରଙ୍ଗା ଢ଼ୋକଲା ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button