ରାଜ୍ୟ

 ହୀରାକୁଦ ଜଳଭଣ୍ଡାରରେ ବଢିବାରେ ଲାଗିଛି ଜଳସ୍ତର – Ibnodisha

[ad_1]

ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରରେ ବଢିବାରେ ଲାଗିଛି ଜଳସ୍ତର। ହୀରାକୁଦ ଜଳଭଣ୍ଡାରର ସର୍ବୋଚ୍ଚ ଜଳଧାରଣ କ୍ଷମତା ୬୩୦ ଫୁଟ୍ ହୋଇଥିବା ବେଳେ ଗୁରୁବାର ସନ୍ଧ୍ୟା ୬ଟାରେ ଜଳସ୍ତର ୬୨୯.୮୫ ଫୁଟ୍ ରହିଥିଲା। ରୁଲ୍ କର୍ଭ ଅନୁସାରେ ସେପ୍‌ଟେମ୍ବର ୩୦ କିମ୍ବା ଅକ୍ଟୋବର ୧ ତାରିଖରେ ହୀରାକୁଦ ଜଳଭଣ୍ଡାର ଜଳସ୍ତର ଏହାର ଶୀର୍ଷ ସ୍ତରରେ ରଖାଯାଇଥାଏ। ଚଳିତ ବର୍ଷ ଏହା ଆଗରୁ ପହଞ୍ଚିଯିବ।

ପୂର୍ବାନୁମାନ ଅନୁଯାୟୀ, ଅକ୍ଟୋବର ୧ ରେ ନିମ୍ନ ମହାନଦୀ ଅବବାହିକାରେ ୩୭ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହେବ ଏବଂ ଅକ୍ଟୋବର ୨ରେ ଏହା ପ୍ରାୟ ୫୦ମିଲିମିଟର ପର୍ଯ୍ୟନ୍ତ ରହିବ। ହୀରାକୁଦ ଜଳଭଣ୍ଡାରକୁ ୧,୬୭,୬୭୩ କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ୧,୫୪,୯୬୮ କ୍ୟୁସେକ୍ ଜଳ ନିଷ୍କାସନ କରାଯାଉଛି। ଜଳ ପ୍ରବେଶ ହାରକୁ ଦୃଷ୍ଟିରେ ରଖି ପୂର୍ବରୁ ୨ଟି ସ୍ଲୁଇସ୍‌ ଗେଟ୍‌ ଖୋଲାଥିବା ବେଳେ ଗତକାଲି ଅପରାହ୍‌ଣରେ ପୁଣି ୫ଟି ଅଧିକ ଗେଟ୍ ଖୋଲାଯାଇଛି। ଆବଶ୍ୟକ ପଡିଲେ ଆହୁରୀ ଗେଟ୍ ଖୋଲାଯିବ ବୋଲି କୁହାଯାଇଛି।

ତେବେ ଆସନ୍ତା ୧ ଓ ୨ ତାରିଖ ଆଡ଼କୁ ଉପର ମୁଣ୍ଡରେ ବର୍ଷା ସମ୍ଭାବନା ରହିଛି। ତେଣୁ, ସ୍ଥିତି ଦେଖି ଅଧିକ ଗେଟ୍‌ ଖୋଲାଯିବା ସଂକ୍ରାନ୍ତରେ ନିଷ୍ପତ୍ତି ନିଆଯିବ ବୋଲି ଇଂ. ଆନନ୍ଦ ଚନ୍ଦ୍ର ସାହୁ କହିଛନ୍ତି। ସୂଚନା ଅନୁସାରେ ଉତ୍ତର-ପୂର୍ବ ପାର୍ଶ୍ଵବର୍ତ୍ତୀ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ ସୃଷ୍ଟି ହୋଇଛି। ଲଘୁଚାପ ପ୍ରଭାବରେ ସପ୍ତାହେ ଧରି ବର୍ଷା ଜାରି ରହିବ ବୋଲି ପାଣିପାଗ ପୂର୍ବାନୁମାନ କରିଛି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button