ଦେଶ

ଉଦ୍ଧାର କାର୍ଯ୍ୟରେ ହେଉଛି ବିଳମ୍ବ, ଏବେବି ଜୀବନ ସହ ସଂଘର୍ଷ କରୁଛନ୍ତି ୪୦ ଶ୍ରମିକ – Ibnodisha

[ad_1]

ଉତ୍ତରକାଶୀ: ଉତ୍ତରାଖଣ୍ଡ ଉତ୍ତରକାଶୀରେ ଟନେଲ ଧସିବା ଘଟଣାକୁ ପୁରିଲା ୭ ଦିନ। ଏବେବି ଟନେଲ ଭିତରେ ଜୀବନ ସହ ସଂଘର୍ଷ କରୁଛନ୍ତି ୪୦ ଶ୍ରମିକ। ବର୍ତ୍ତମାନ ସୁଦ୍ଧା ୨୨ ମିଟର ପାଇପ ଭିତରେ ପ୍ରବେଶ କରିଛି। ମାଟି ଡ୍ରିଲିଂ କାମରେ ଲାଗିଥିବା ଅଗର ମେସିନ୍ ଖରାପ ହୋଇଯିବାରୁ କାମ ଅଧାରେ ଅଟକିଛି। ଆଜି ବାୟୁସେନାର ସ୍ବତନ୍ତ୍ର ବିମାନରେ ଆଉ ଏକ ଶକ୍ତିଶାଳୀ ଅଗର ମେସିନ୍ ଆସି ପହଞ୍ଚିବ। ଏହାପରେ ପୁଣିଥରେ ଚାଲିବ ଡ୍ରିଲିଂ କାମ।

ଏହି ଶକ୍ତିଶାଳୀ ଡ୍ରିଲିଂ ମେସିନରେ ଘଣ୍ଟାକୁ ୫ ମିଟର ପାଇପ ଡ୍ରିଲିଂ କରି ବିଛାଯାଇପାରିବ। ଟନେଲ ଭିତରେ ଏବେ ୪୦ ଶ୍ରମିକ ଅଛନ୍ତି। ଯଦି ଉଦ୍ଧାର କାର୍ଯ୍ଯ ବିଳମ୍ବ ହୁଏ ତେବେ ଶ୍ରମିକଙ୍କ ଅବସ୍ଥା ଅଧିକ ଖରାପ ହୋଇପାରେ ବୋଲି ଆଶଙ୍କା କରିଛନ୍ତି ଟିମ୍। ବିଳମ୍ବ କ୍ଷେତ୍ରରେ ଶ୍ରମିକମାନେ ଅଧିକ ଭୟଭୀତ ହେବା ସହ ଅସହାୟ, ମାନସିକ ଚିନ୍ତା ଆଦି ମଧ୍ଯରେ ବିପଦଗ୍ରସ୍ତ ହେବା ଆଶଙ୍କା ରହିଛି।

ଟନେଲ ଭିତରେ ଅମ୍ଳଜାନ ଓ ଅଙ୍ଗାରକାମ୍ଳ ପରିମାଣ ବଢିବା ଯୋଗୁ ସେମାନଙ୍କ ଶରୀର ଉପରେ ନକାରାତ୍ମକ ପ୍ରଭାବ ବଢିବା ସମ୍ଭାବନା ରହିଛି । ସେପଟେ ଯଦି ଟନେଲ ଅଧିକ ଧସେ ତେବେ ଶ୍ରମିକଙ୍କ ଲାଗି ବିପଦ ଯଥେଷ୍ଟ ହେବ। ଘଟଣାସ୍ଥଳରେ ମେଡିକାଲ ଟିମ୍ ଉପସ୍ଥିତ ରହି ସ୍ଥିତି ଉପରେ ନଜ ରଖିଛନ୍ତି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button