ଅପରାଧ

ବାଇକ ସହ ବାଘ ଚମଡା ଜବତ : ୪ ଗିରଫ – Ibnodisha

[ad_1]

ଦଶପଲ୍ଲା ୪/୧୨ : ରବିବାର ଦିନ ମହାନଦୀ ବନ୍ୟପ୍ରାଣୀ ଡିଭିଜନ ଏସିଏଫ ଦେବୀ ରାଉତ ଙ୍କ ନେତୃତ୍ୱରେ ଏକ ଟିମ ଚଢ଼ଉ କରି  ନୟାଗଡ଼ ବ୍ଲକ ଅନ୍ତର୍ଗତ ଇକିରି ପଞ୍ଚାୟତ ଝରଦେଇ ପୀଠ ନିକଟରୁ ଏକ ବାଇକ ସହ ବାଘଛାଲ ଜବତ କରିବା ସହ ପଲିଥିନ ବ୍ୟାଗ ଓ ଅଭିଯୁକ୍ତ ମାନେ ବ୍ୟବହାର କରୁଥିବା  ୪ ଟି ମୋବାଇଲ କୁ ଜବତ କରିଛନ୍ତି । ଏଥିରେ ସମ୍ପୃକ୍ତ ୪ ଜଣ ଯୁବକ ଙ୍କୁ ବିଭାଗ ପକ୍ଷରୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ।  ଏଥି ମଧ୍ୟରେ ଗିରଫ ସୁନୀଲ କୁମାର ଜେନା (୨୪)ଓ ସୁବାଷ ଚନ୍ଦ୍ର ଜେନା (୨୯) ଙ୍କ ଘର ଇତାମାଟି ଥାନା ଅନ୍ତର୍ଗତ ତିପୁରା ଗ୍ରାମରେ ହୋଇଥିବା ବେଳେ ଗିରଫ ଆକାଶ ମଲ୍ଲିକ ଙ୍କ ଘର ସେହି ଥାନା ଅନ୍ତର୍ଗତ ବିରୁଡ଼ା ଗ୍ରାମରେ । ସେହିପରି ଅନ୍ୟଜଣେ ଅଭିଯୁକ୍ତ ଙ୍କ ନାଁ ରାଧାକାନ୍ତ ବେହେରା ଓ ତାଙ୍କ ଘର କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ଖଜୁରିପଡା ଅଂଚଳ ରେ ବୋଲି ବିଭାଗୀୟ ସୂତ୍ରରୁ ଜଣା ପଡ଼ିଛି । ସେମାନଙ୍କ ଜାମିନ ନା ମଞ୍ଜୁର ହେବାରୁ ସେମାନଙ୍କୁ ଦଶପଲ୍ଲା ସବ ଜେଲ କୁ ପଠାଇ ଦିଆଯାଇଛି । ସୂଚନା ଯୋଗ୍ୟଯେ, ସୁବାଷ ଏବଂ ସୁନୀଲ ଦାଦା – ପୁତୁରା ଅଟନ୍ତି । ସୁବାଷ ଭୁବନେଶ୍ୱର ରେ ଏକ ବେଟ୍ରି ଦୋକାନ କରିଥିବା ବେଳେ ସେ କନ୍ଧ ମାଳ ଜିଲ୍ଲା କୁ ବହୁବାର ଏହି ବେଟ୍ରି ମେକାନିକ କାମରେ ଯାଇଥାଆନ୍ତି । କନ୍ଧମାଳ ଯିବା ଆସିବା ସମୟ ରେ ଖଜୁରିପଡା ଠାରେ ସୁବାସ ମଦ ପିଇବା ସମୟ ରେ ରାଧାକାନ୍ତ ଙ୍କ ସହ ତାଙ୍କର ପରିଚୟ ହୁଏ । ରାଧାକାନ୍ତ ଙ୍କ ପାଖରେ ଏକ ବାଘଛାଲ ଥିବା ଜାଣି ସୁବାସ ଏହି ବାଘଛାଲ କୁ ୫୦ ହଜ଼ାର ଟଙ୍କାରେ କିଣିବା ପାଇଁ ଉଭୟ ଙ୍କ ମଧ୍ୟରେ କଥା ତୁଟିଥିଲା । ଏହାପରେ ସୁବାସ ତାର ପୁତୁରା ସୁନୀଲ କୁ ଧରି ଗତ ଅକ୍ଟୋବର ମାସ ୧୮ ତାରିଖରେ ଖଜୁରିପଡା ରେ ପହଂଚିଥିଲେ ।   ପୂର୍ବ କଥା ଅନୁଯାଇ ରାଧାକାନ୍ତ ଙ୍କୁ ୫୦ ହଜ଼ାର ଟଙ୍କା ଦେଇ ତାଙ୍କଠାରୁ ବାଘ ଚମଡା ଧରି ଆସିଥିଲେ । ଏଥିରେ ଆକାଶ ମଲ୍ଲିକ ସହଯୋଗ କରିଥିବା ବେଳେ ଏହି ବାଘ ଚମଡା କୁ ଅଧିକ ଦାମ ରେ ବିକ୍ରୟ ପାଇଁ ଉଭୟ ସୁବାସ ,ସୁନୀଲ ଓ ଆକାଶ ଯୋଜନା କରିଥିଲେ । ଖବର ପାଇ  ମହାନଦୀ ବନ୍ୟପ୍ରାଣୀ କର୍ମଚାରୀ ମାନେ ଏହି ବାଘ ଚମଡା କିଣିବା ପାଇଁ ବ୍ୟବସାୟ ପାଳତିଥୀଲେ । ଏହି କର୍ମଚାରୀ ମାନେ ବାଘଛାଲ କିଣିବା ପାଇଁ ସୁନୀଲ କୁ ଅଗ୍ରୀମ ଅର୍ଥ ଦେଇଥିବା ବେଳେ ସମ୍ପୂର୍ଣ ଅର୍ଥ ବାଘଛାଲ ଦେବା ସମୟ ରେ ଦିଆଯିବ ବୋଲି ଉଭୟ ଙ୍କ ମଧ୍ୟରେ ସ୍ଥିର ହୋଇଥିଲା ।  ଏହାପରେ ରବିବାର ଦିନ ସୁନୀଲ  ବାଇକ ରେ ଏକ ଜରି ବ୍ୟାଗ ରେ  ବାଘ ଚମଡା ଧରି  ଝରି ଦେଇ ପୀଠରେ ଠିଆ ହୋଇଥିବା ବେଳେ ପୂର୍ବ ଯୋଜନା ମୁତାବକ ଏସିଏଫ ଦେବୀ ରାଉତ ଙ୍କ ନେତୃତ୍ୱରେ ଗଠିତ ସ୍କ୍ବାର୍ଡ ଚଢ଼ାଉ କରି ସୁନୀଲ କୁ ଗିରଫ କରିଥିଲେ । ପରେ ପଚରା ଉଚରା ସମୟ ରେ ସୁନୀଲ ସମସ୍ତ କଥା ପ୍ରକାଶ କରିଥିବା ବେଳେ ରବିବାର ଦିନ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ସୁନୀଲ,ସୁବାସ,ଓ ଏଥିରେ ସମ୍ପୃକ୍ତ ଆକାଶ  କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ  ରାଧାକାନ୍ତ କୁ ପୋଲିସ ସହାୟତା ରେ ଖଜୁରୀ ପଡା ରୁ ଗିରଫ କରି ସୋମବାର ଦିନ ଦଶପଲ୍ଲା କୋର୍ଟ ରେ ହଜ଼ାର କରିଥିଲେ । ସମସ୍ତ ଙ୍କ ଜାମିନ ନା ମଞ୍ଜୁର ହେବାରୁ ସେମାନଙ୍କୁ ଦଶପଲ୍ଲା ସବ ଜେଲ କୁ ପଠାଇ ଦିଆଯାଇଛି । ଏହି ଘଟଣା ରେ ମହାନଦୀ ବନ୍ୟପ୍ରାଣୀ ବିଭାଗ ଡିଏଫଓ  ଅଧିକ ତଦନ୍ତ ପାଇଁ କୁଆଁରିଆ (ପୂର୍ବ) ରେଞ୍ଜର ଙ୍କୁ ଦାଇତ୍ୱ ହସ୍ତାନ୍ତର କରିଛନ୍ତି । ସୂଚନା ଯୋଗ୍ୟଯେ ଗତ  ମାସ ୧୮ ତାରିଖରେ ସୁନ୍ଦରକୁମ୍ପା ଗ୍ରାମର ବୈଦ୍ୟରାଜ ମଲ୍ଲିକ ବାଇକ ସହ ଦୁଇଟି ଚିତାବାଘଛାଲ ବିକ୍ରୟ ପାଇଁ କୁଆଁରିଆ ଜଳଭଣ୍ଡାର ନିକଟରେ ଠିଆ ହୋଇଥିବା ବେଳେ ଏସ ଟିଏଫ ପକ୍ଷରୁ ଚଢ଼ାଉ କରାଯାଇ ବାଘଛାଲ ସହ ବାଇକ ଜବତ କରାଯାଇଥିବା ବେଳେ ବୈଦ୍ୟରାଜ କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button