ଦେଶ

କେନ୍ଦ୍ରୀୟ ବିଦ୍ୟାଳୟକୁ ବୋମାରେ ଉଡାଇବାକୁ ଧମକ – Ibnodisha

[ad_1]

ବେଙ୍ଗାଲୁରୁ: ପୁଣିଥରେ ବେଙ୍ଗାଲୁରୁ ସହରର ସ୍କୁଲକୁ ମିଳିଛି ବିସ୍ଫୋରଣ ଧମକ । ସହରରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟକୁ ବୋମାରେ ଉଡାଇ ଦେବାକୁ ଧମକ ଆସିଛି । କେହି ଅଜ୍ଞାତ ବ୍ୟକ୍ତି ଇ-ମେଲ ଜରିଆରେ ଏନେଇ ଧମକପୂର୍ଣ୍ଣ ମେସେଜ ପଠାଇଛି । ଏହାକୁ ନେଇ ସ୍କୁଲ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଥିବା ବେଳେ ସ୍କୁଲ ଭିତରେ ଭଲ ଭାବେ ଛାନଭିନ୍ କରାଯାଇଛି । କିନ୍ତୁ କୌଣସି ପ୍ରକାର ସନ୍ଦିଗ୍ଧ ସାମଗ୍ରୀ ଠାବ ହୋଇନାହିଁ । ତେଣୁକରି ଏହା ଏକ ମିଛ ଧମକ ହୋଇଥିବା ପୋଲିସ ଜଣାଇଛି । ଏନେଇ ଯଶୱନ୍ତପୁର ଥାନାରେ ଏକ ମାମଲା ରୁଜୁ କରାଯାଇଛି ।

ସୂଚନାଯୋଗ୍ୟ, ଗତ ୨୮ ତାରିଖରେ କେନ୍ଦ୍ରୀୟ ବିଦ୍ୟାଳୟର ଅଫିସିଆଲ ଇ-ମେଲ ଆଇଡିକୁ ଏହି ଧମକପୂର୍ଣ୍ଣ ମେସେଜ ଆସିଥିଲା । ମେସେଜରେ ଲେଖାଯାଇଥିଲା, ”ସ୍କୁଲ ଭିତରେ ବୋମା ଖଞ୍ଜାଯାଇଛି । ଆସନ୍ତକାଲି ସକାଳ ୧୦ଟା ୨୦ ମିନିଟ୍ ସମୟରେ ଏହା ବିସ୍ଫୋରଣ ହେବ ।” ଏହି ମେସେଜ ସମ୍ପର୍କରେ ସ୍କୁଲ ମ୍ୟାନେଜମେଣ୍ଟ ସଙ୍ଗେ ସଙ୍ଗେ ପୋଲିସକୁ ସୂଚନା ଦେଇଥିଲେ । ଏହାପରେ ପୋଲିସ ଓ ବୋମା ନିଷ୍କ୍ରିୟକାରୀ ଦଳ ପହଞ୍ଚି ସାରା ସ୍କୁଲରେ ଛାନଭିନ୍ କରିଥିଲେ । ହେଲେ କୌଣସି ପ୍ରକାର ସନ୍ଦିଗ୍ଧ ବସ୍ତୁ ମିଳିନଥିଲା । ଯାହାପରେ ଏହା ମିଛ ବୋମା ଧମକ ବୋଲି ପୋଲିସ ସ୍ପଷ୍ଟ କରିଥିଲା । ତେବେ କିଏ ଏହି ମେସେଜ ପଠାଇଥିଲା, ତା’ ସମ୍ପର୍କରେ କୌଣସି ପ୍ରକାର ସୂଚନା ମିଳିପାରିନି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button