ରାଜ୍ୟ

୭୦ ଲକ୍ଷରୁ ଉର୍ଦ୍ଧ୍ବ ଗଞ୍ଜେଇ ଜବତ : ୨ ଗିରଫ – Ibnodisha

[ad_1]

ଗଜପତି : ଗଜପତି ଜିଲ୍ଲାରୁ ବିହାରକୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ସମୟରେ ମାଡି ବସିଛି ପୋଲିସ । ଗଜପତିରୁ ପଦ୍ମପୁର ଅଭିମୁଖେ ଆସୁଥିବା ଏକ ମହିନ୍ଦ୍ରା ଟ୍ରକକୁ ପୋଲିସ ଅଟକାଇ ଯାଞ୍ଚ କରିଥିଲା । ସେହି ଗାଡ଼ିରୁ ପ୍ରାୟ ୧୦୦୦ ନଡ଼ିଆ ଏବଂ ବିପୁଳ ଗଞ୍ଜେଇ ଜବତ କରିବା ସହିତ ଉଭୟ ଡ୍ରାଇଭର୍, ହେଲ୍ପରକୁ ଅଟକ ରଖିଛି ପୋଲିସ ।ସେମାନଙ୍କଠାରୁ ନଗଦ ଟଙ୍କା ସହ ୨ଟି ଆଣ୍ଡ୍ରଏଡ ମୋବାଇଲ, ୨ଟି ଆଧାର କାର୍ଡ , ପ୍ୟାନ କାର୍ଡ ଏବଂ ଡ୍ରାଇଭିଂ ଲାଇସେନ୍ସ ଜବତ କରାଯାଇଛି ବୋଲି ସୂଚନା ମିଳିଛି । ଗୁଣୁପୁର ଏସଡିପିଓଙ୍କ ନେତୃତ୍ବରେ ପଦ୍ମପୁର ଆଇଆଇସିଙ୍କ ଦ୍ୱାରା ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ବିଭିନ୍ନ ଗାଡିକୁ ଯାଞ୍ଚ କରାଯିବା ସମୟରେ ଗଞ୍ଜେଇ ଚୋରା ଚାଲାଣ ଗାଡି ଜବତ କରାଯାଇଛି । ଏଥିରେ ଗଞ୍ଜେଇ ଚାଲାଣରେ ୨ ଜଣଙ୍କୁ ଗିରଫ କରିଛି ପୋଲିସ । ତେବେ ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୭୦ ଲକ୍ଷରୁ ଉର୍ଦ୍ଧ୍ବ ହେବ ବୋଲି କୁହାଯାଉଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button