ରାଜ୍ୟ

ହାଇଜେନକୋର ସହଭାଗୀତାରେ ଭାରତରେ ପ୍ରଥମ ସବୁଜ ହାଇଡ୍ରୋଜେନ ବ୍ୟବହାର ଆରମ୍ଭ କରିଛି ଜିନ୍ଦଲ ଷ୍ଟେନଲେସ – Ibnodisha

[ad_1]

ଯାଜପୁର : ସୋମବାର ଜିନ୍ଦଲ ଷ୍ଟେନଲେସ (ଜେଏସଏଲ) ହରିୟାଣାର ହିସାରରେ ଥିବା ଷ୍ଟେନଲେସ ଷ୍ଟିଲ ପ୍ଲାଣ୍ଟରେ ସବୁଜ ହାଇଡ୍ରୋଜେନର ପ୍ରଥମ ବ୍ୟବହାର ଆରମ୍ଭ କରିଛି ଏବଂ ସ୍ଥିରତା ପ୍ରତି ପ୍ରତିବଦ୍ଧତା ଏବଂ ନେଟ ଜିରୋ ଅଙ୍ଗାରକାମ୍ଳ ନିର୍ଗମନ ପାଇଁ ଭାରତର ଲକ୍ଷ୍ୟ ଅନୁଯାୟୀ ଉଦ୍ୟମ ଆରମ୍ଭ କରିଛି । ନିରନ୍ତର ବିକାଶ ଦିଗରେ କମ୍ପାନୀର ପ୍ରତିବଦ୍ଧତା ଏବଂ ଭାରତର ନେଟ୍ ଜିରୋ କାର୍ବନ ନିର୍ଗମନ ଲକ୍ଷ୍ୟ ହାସଲ ଦିଗରେ ଏହା ସହାୟକ ହେବ। ଇସ୍ପାତ ମନ୍ତ୍ରଣାଳୟର ଶାସନ ସଚିବ ଶ୍ରୀ ନାଗେନ୍ଦ୍ର ନାଥ ସିହ୍ନା, ଜିନ୍ଦଲ ଷ୍ଟେନଲେସର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଅଭ୍ୟୁଦୟ ଜିନ୍ଦଲ ଓ ହାଇଜେନକୋ ଗ୍ରୀନ ଏନର୍ଜି (ବୈଷୟିକ ସହଭାଗୀ)ର ସିଇଓ ଶ୍ରୀ ଅମିତ ବଂଶଲଙ୍କ ଉପସ୍ଥିତିରେ ମାନ୍ୟବର ଇସ୍ପାତ ଏବଂ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଶ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ନୂଆଦିଲ୍ଲୀରୁ ଭର୍ଚୁଆଲ୍ ମାଧ୍ୟମରେ ଏହାର ଉଦଘାଟନ କରିଛନ୍ତି।

ଏହି ପଦକ୍ଷେପକୁ ପ୍ରଶଂସା କରି ମାନ୍ୟବର କେନ୍ଦ୍ର ଇସ୍ପାତ ଓ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଶ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି, “ଷ୍ଟେନଲେସ ଷ୍ଟିଲ କ୍ଷେତ୍ରରେ ଭାରତର ପ୍ରଥମ ସବୁଜ ହାଇଡ୍ରୋଜେନ କାରଖାନା ଆରମ୍ଭ କରିଥିବାରୁ ମୁଁ ଉଭୟ ଜିନ୍ଦଲ ଷ୍ଟେନଲେସ ଲିମିଟେଡ ଏବଂ ହାଇଜେନକୋକୁ ଅଭିନନ୍ଦନ ଜଣାଉଛି । ଏହି ସବୁଜ ହାଇଡ୍ରୋଜେନ ପଦକ୍ଷେପ ଇସ୍ପାତ କ୍ଷେତ୍ରକୁ ଅଧିକ ସବୁଜ ଏବଂ ସ୍ଥାୟୀ କରିବ । ୨୦୭୦ ସୁଦ୍ଧା ନେଟ୍ ଜିରୋ ନିର୍ଗମନ ଲକ୍ଷ୍ୟ ହାସଲ କରିବାକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟି ଅନୁଯାୟୀ ଇସ୍ପାତ କ୍ଷେତ୍ର ଏକ ସବୁଜ ଭବିଷ୍ୟତ ପାଇଁ ନବୋନ୍ମେଷ କରିବାକୁ ପ୍ରତିଶ୍ରୁତିବଦ୍ଧ ରହିଛି । ମୁଁ ନିଶ୍ଚିତ ଯେ ଏହି ବିକାଶ ଅନ୍ୟ ଶିଳ୍ପବିତମାନଙ୍କୁ ସ୍ୱଚ୍ଛ ପ୍ରଯୁକ୍ତିବିଦ୍ୟା ଆପଣେଇବାକୁ ଏବଂ ଭାରତର ସବୁଜ ଅର୍ଥନୀତିକୁ ରୂପାନ୍ତରଣ ଏବଂ ଏକ ଦାୟିତ୍ଵପୂର୍ଣ୍ଣ ଶିଳ୍ପ ବ୍ୟବସ୍ଥାରେ ଯୋଗଦାନ କରିବାକୁ ପ୍ରେରଣା ଯୋଗାଇବ।”

ଇସ୍ପାତ ମନ୍ତ୍ରଣାଳୟର ସଚିବ ଶ୍ରୀ ନାଗେନ୍ଦ୍ର ନାଥ ସିହ୍ନା ଏହା ସମ୍ପର୍କରେ ସୂଚନା ଦେଇ କହିଛନ୍ତି, “ସବୁଜ ହାଇଡ୍ରୋଜେନ ଟେକ୍ନୋଲୋଜିରେ ଜିନ୍ଦଲ ଷ୍ଟେନଲେସର ଦୀର୍ଘମିଆଦୀ ପ୍ରତିବଦ୍ଧତାର ନିଷ୍ପତ୍ତି, ଏହାର ପରିବେଶ ଦାୟିତ୍ଵ ସହ ଭବିଷ୍ୟତ ଚିନ୍ତାଧାରାକୁ ପ୍ରତିଫଳିତ କରୁଛି। ହାଇଡ୍ରୋଜେନ ଉତ୍ପାଦନ ପାଇଁ ଅକ୍ଷୟ ଶକ୍ତି ଉତ୍ସଗୁଡିକର ବ୍ୟବହାର କରି ଆମେ କେବଳ ଆମର ଅଙ୍ଗାରକାମ୍ଳ ପଦଚିହ୍ନ ହ୍ରାସ କରୁନାହୁଁ ବରଂ ଆମ ଶକ୍ତି ମିଶ୍ରଣରେ ବିବିଧତା ଆଣିବା ସହ ଶକ୍ତି ନିରାପତ୍ତାକୁ ବଢାଇ ପାରିବା। ଷ୍ଟେନଲେସ ଷ୍ଟିଲ ଉତ୍ପାଦନରେ ସବୁଜ ହାଇଡ୍ରୋଜେନ ପ୍ଲାଣ୍ଟର ନିୟୋଜନ ଏକ ସ୍ୱଚ୍ଛ, ସବୁଜ ଭବିଷ୍ୟତ ଆଡକୁ ଏକ ଦୃଷ୍ଟାନ୍ତମୂଳକ ପଦକ୍ଷେପକୁ ପ୍ରତିପାଦିତ କରେ। ”

ଏହି ପ୍ରକଳ୍ପକୁ ନେଇ ଆଶାବାଦୀ ଥିବା ଜିନ୍ଦଲ ଷ୍ଟେନଲେସର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଅଭ୍ୟୁଦୟ ଜିନ୍ଦଲ କହିଛନ୍ତି, “ସଷ୍ଟେନେବଲିଟି ପାଇଁ ଆମର ପ୍ରତିବଦ୍ଧତା ଏହି ପାଇଲଟ୍ ପ୍ରୋଜେକ୍ଟରୁ ଉର୍ଦ୍ଧ୍ବରେ। ଏହା କେବଳ ଆରମ୍ଭ ମାତ୍ର; ଷ୍ଟେନଲେସ୍ ଷ୍ଟିଲ୍ ଉତ୍ପାଦନର ଅନ୍ୟାନ୍ୟ ପ୍ରକ୍ରିୟାରେ ସଫଳ ପ୍ରୟୋଗକୁ ଦୃଷ୍ଟିରେ ରଖି ଆମେ ଏହାକୁ ବଢ଼ାଇବୁ। ଆମେ ଅନୁଭବ କରୁ ଯେ ସଷ୍ଟେନେବଲିଟି କେବଳ ଏକ ଲକ୍ଷ୍ୟ ନୁହେଁ, ବରଂ ଏକ ଯାତ୍ରା, ଯାହା ନିରନ୍ତର ପ୍ରୟାସ ଏବଂ ନୂତନତ୍ବ ଆବଶ୍ୟକ କରେ। ”

ଏହି ଅବସରରେ ହାଇଜେନକୋର ସିଇଓ ଶ୍ରୀ ଅମିତ ବଂସଲ୍ କହିଛନ୍ତି, “ବିଶ୍ୱରେ ସବୁଜ ହାଇଡ୍ରୋଜେନ ବିପ୍ଳବକୁ ତ୍ବରାନ୍ବିତ କରିବାରେ ଏହା ଏକ ଅଦ୍ୱିତୀୟ ସଫଳତା । ଏହା ମଧ୍ୟ ବିଭିନ୍ନ କ୍ଷେତ୍ରରେ ସବୁଜ ହାଇଡ୍ରୋଜେନକୁ ବୃହତ ପରିମାଣରେ ଆପଣେଇ ଶକ୍ତି ପରିବର୍ତ୍ତନ ଦିଗରେ ଆମର ପ୍ରତିବଦ୍ଧତାକୁ ଉତ୍ସାହ ପ୍ରଦାନ କରିବ।”

ସବୁଜ ହାଇଡ୍ରୋଜେନ୍ ସମାଧାନ ନିୟୋଜନ କରିବାରେ ବିଶ୍ୱସ୍ତରୀୟ ଅଗ୍ରଣୀ ହାଇଜେନକୋ ଗ୍ରୀନ୍ ଏନର୍ଜିଜ୍ ପ୍ରାଇଭେଟ ଲିମିଟେଡ୍ ସହ ମିଶି ଏହି ଅତ୍ୟାଧୁନିକ ସମ୍ପୂର୍ଣ୍ଣ ସ୍ୱୟଂଚାଳିତ ପ୍ଲାଣ୍ଟ ପ୍ରତିଷ୍ଠା କରାଯାଇଛି । ୩୫୦ ଏନଏମ୩/ଘଣ୍ଟା କ୍ଷମତା ବିଶିଷ୍ଟ କ୍ଷାରୀୟ ବାଇପୋଲାର ଇଲେକ୍ଟ୍ରୋଲାଇଜର ଉତ୍ସର୍ଗୀକୃତ ସୌର ଶକ୍ତି ଓ ଷ୍ଟୋରେଜ ବ୍ୟବହାର କରି ସବୁଜ ହାଇଡ୍ରୋଜେନର ଘଣ୍ଟା ପ୍ରତି ହାରାହାରି ୯୦ ଏନଏମ୩ ରାଉଣ୍ଡ ଦ କ୍ଲକ୍ ଯୋଗାଣକୁ ସୁନିଶ୍ଚିତ କରିବ। ଏହି ସୁବିଧା ଦ୍ଵାରା ୨୦ ବର୍ଷ ମଧ୍ୟରେ ପ୍ରାୟ ୫୪ ହଜାର ଟନ୍ ଅଙ୍ଗାରକାମ୍ଳ ନିର୍ଗମନକୁ ହ୍ରାସ କରିବାକୁ ଲକ୍ଷ୍ୟ ରଖାଯାଇଛି ଏବଂ ଏହା ଏକ ଦୀର୍ଘକାଳୀନ କ୍ରୟ ଚୁକ୍ତି ଉପରେ ଆଧାରିତ। ଏକ ଉନ୍ନତ ଶକ୍ତି ପରିଚାଳନା ଏବଂ ନିୟନ୍ତ୍ରଣ ପ୍ରଣାଳୀ ଦ୍ୱାରା ଏହି ସୁବିଧା ନିୟନ୍ତ୍ରିତ ହେଉଛି ଏବଂ ହାଇଜେନକୋ ବିଲ୍ଡ-ଓନ୍-ଅପରେଟ୍ (ବିଓଓ) ମଡେଲ୍ ଅଧୀନରେ ପ୍ଲାଣ୍ଟ ଚଳାଉଛି । ଛାତ ଏବଂ ଭାସମାନ ସୌର ଶକ୍ତି ଦ୍ୱାରା ଚାଳିତ ପ୍ରଥମ କମର୍ସିଆଲ ସ୍କେଲ ସବୁଜ ହାଇଡ୍ରୋଜେନ୍ ପ୍ଲାଣ୍ଟ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ସମାପ୍ତ ହୋଇଥିଲା ।

ହାଇଡ୍ରୋଜେନ୍ ଉତ୍ପାଦନ, ଅକ୍ଷୟ ଶକ୍ତି ଉତ୍ପାଦନ, ଷ୍ଟେଟ୍ ଅଫ୍ ଚାର୍ଜ, ଚାପ, ତାପମାତ୍ରା ଉପରେ ନଜର ରଖିବା ପାଇଁ ଏଥିରେ ଏକ ବିସ୍ତୃତ ମନିଟରିଂ ବ୍ୟବସ୍ଥା ଅଛି। ଉଚ୍ଚ ସାମର୍ଥ୍ୟ ହାସଲ ପାଇଁ ଏହାର ସ୍ଵୟଂଶାସିତ ରିଅଲ୍-ଟାଇମ୍ ନିଷ୍ପତ୍ତି ନେବା କ୍ଷମତା ଅଛି। ହାଇଜେନକୋର ଟେକ୍ନୋଲୋଜି ହାଇଡ୍ରୋଜେନ୍ ଉତ୍ପାଦନ ବୃଦ୍ଧି କରିବ ଏବଂ ମୂଲ୍ୟ-ପ୍ରତିଦ୍ୱନ୍ଦୀ ହାଇଡ୍ରୋଜେନ୍ ବିତରଣ କରିବ।

ଶକ୍ତି ଆବଶ୍ୟକତା ପୂରଣ ପାଇଁ ଆମଦାନୀ ଉପରେ ନିର୍ଭରଶୀଳ ଥିବା ଭାରତ ଗତ ବର୍ଷ ଜାତୀୟ ଗ୍ରୀନ୍ ହାଇଡ୍ରୋଜେନ୍ ମିଶନ୍ ସମ୍ପର୍କରେ ଘୋଷଣା କରିଥିଲା। ୨୦୩୦ ସୁଦ୍ଧା ପାଞ୍ଚ ନିୟୁତ ଟନ୍ ସବୁଜ ହାଇଡ୍ରୋଜେନ ଉତ୍ପାଦନ କରିବାକୁ ଏହି ମିଶନ ଯୋଜନା କରିଛି।

ଜିନ୍ଦଲ ଷ୍ଟେନଲେସ୍ ଏହାର ଡିକାର୍ବୋନାଇଜେସନ୍ ପ୍ରୟାସରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଦୁବାଇରେ ଆୟୋଜିତ ମିଳିତ ଜାତିସଂଘ ସିଓପି୨୮ ଶିଖର ସମ୍ମିଳନୀରେ ଇସ୍ପାତ ମନ୍ତ୍ରଣାଳୟ, ଭାରତ ସରକାରଙ୍କ ନିମନ୍ତ୍ରଣ କ୍ରମେ କମ୍ପାନୀ ଇଣ୍ଡିଆ ପାଭିଲିୟନରେ ଏହାର ପଦକ୍ଷେପକୁ ପ୍ରଦର୍ଶନ କରିଛି। ବିଗତ ଦୁଇ ଆର୍ଥିକ ବର୍ଷରେ ( ଆର୍ଥିକ ବର୍ଷ୨୨ ଏବଂ ଆର୍ଥିକ ବର୍ଷ୨୩) ପ୍ରାୟ ୨୪୦,୦୦୦ ଟନ୍ ଅଙ୍ଗାରକାମ୍ଲ ହ୍ରାସ ସହିତ ଜିନ୍ଦଲ ଷ୍ଟେନଲେସ୍ ୨୦୩୫ ପୂର୍ବରୁ ୫୦% କାର୍ବନ ନିର୍ଗମନ ହ୍ରାସର ମଧ୍ୟମ ଲକ୍ଷ୍ୟ ହାସଲ କରିବା ଏବଂ ୨୦୫୦ ସୁଦ୍ଧା ନେଟ୍ ଜିରୋ ହାସଲ ଦିଗରେ ଅଗ୍ରସର ।

ଜିନ୍ଦଲ ଷ୍ଟେନଲେସ ସମ୍ପର୍କରେ:

ଭାରତର ଅଗ୍ରଣୀ ଷ୍ଟେନଲେସ ଷ୍ଟିଲ ନିର୍ମାତା ଜିନ୍ଦଲ ଷ୍ଟେନଲେସର ବାର୍ଷିକ ଟର୍ଣ୍ଣଓଭର ୨୦୨୩ ଆର୍ଥିକ ବର୍ଷରେ ୩୫,୭୦୦ କୋଟି ଭାରତୀୟ ମୁଦ୍ରା ରହିଛି ଏବଂ ୨୦୨୪ ଆର୍ଥିକ ବର୍ଷରେ ବାର୍ଷିକ ୩ ମିଲିୟନ ଟନ ମେଲ୍ଟ କାପାସିଟି ହାସଲ କରିବା ଦିଗରେ ଅଗ୍ରସର ହେଉଛି। ଆମ ଦେଶର ଓଡ଼ିଶା ଓ ହରିୟାଣାରେ ଏହାର ଦୁଇଟି ଷ୍ଟେନଲେସ ଷ୍ଟିଲ ଉତ୍ପାଦନ କାରଖାନା ଅଛି। ଇଣ୍ଡୋନେସିଆରେ ଏକ ବିଦେଶୀ ୟୁନିଟ ଅଛି, ଯାହା ଦକ୍ଷିଣ – ପୂର୍ବ ଏସିଆର ମାର୍କେଟ ପାଇଁ ଉଦ୍ଦିଷ୍ଟ। ବିଶ୍ବବ୍ୟାପୀ ୧୫ଟି ଦେଶରେ ଜିନ୍ଦଲ ଷ୍ଟେନଲେସର ଶାଖା ଅଛି ଏବଂ ସ୍ପେନରେ ଏକ ସର୍ଭିସ୍ କେନ୍ଦ୍ର ଅଛି। ଭାରତରେ ୧୦ଟି ସେଲ୍ସ ଅଫିସ ଓ ୬ଟି ସର୍ଭିସ୍ କେନ୍ଦ୍ର ଅଛି। ଏହି କମ୍ପାନୀର ଉତ୍ପାଦ ପରିସରରେ ଷ୍ଟେନଲେସ ଷ୍ଟିଲ ସ୍ଲାବ, ବ୍ଲମ୍,କୋଏଲ,ପ୍ଲେଟ, ସିଟ,ପ୍ରିସିସନ୍ ଷ୍ଟ୍ରିପ, ବ୍ଲେଡ ଷ୍ଟିଲ ଓ କୋଏନ ବ୍ଲାଙ୍କ ଅନ୍ତର୍ଭୂକ୍ତ।

ସମନ୍ଵିତ କାର୍ଯ୍ୟ-ପରିଚାଳନା ଯୋଗୁଁ ବଜାର ମୂଲ୍ୟରେ ପ୍ରତିଦ୍ବନ୍ଦିତା ଓ କାର୍ଯ୍ୟଦକ୍ଷତା କ୍ଷେତ୍ରରେ ଜିନ୍ଦଲ ଷ୍ଟିଲ ଆଗୁଆ ଅଛି। ବିଶ୍ବର ଶ୍ରେଷ୍ଠ ୫ଟି ଷ୍ଟିଲ ନିର୍ମାତା କମ୍ପାନୀ ମଧ୍ୟରେ ଏହା ସ୍ଥାନ ପାଇଛି। ୧୯୭୦ ମସିହାରେ ପ୍ରତିଷ୍ଠା ହୋଇଥିବା ଜିନ୍ଦଲ ଷ୍ଟେନଲେସ ସବୁବେଳେ ନବଉଦ୍ଭାବନ ପାଇଁ ପ୍ରଚେଷ୍ଟା କରିଆସିଛି ଓ ସାମାଜିକ ଦାୟିତ୍ଵବୋଧକୁ ନେଇ ମଧ୍ୟ ପ୍ରତିବଦ୍ଧ ଅଟେ। ଦକ୍ଷ ମାନବ ସମ୍ବଳ, ମୂଲ୍ୟବୋଧ ଭିତ୍ତିକ ବ୍ୟବସାୟ, ଉପଭୋକ୍ତା କୈନ୍ଦ୍ରିକ ସେବା ଓ ସୁରକ୍ଷା ଦିଗରେ କମ୍ପାନୀ ଗୁରୁତ୍ଵ ଦେଇଆସିଛି।

ଏକ ସୁସ୍ଥ,ସବୁଜ ଭବିଷ୍ୟତ ନିର୍ମାଣ ସହ ପରିବେଶ ସୁରକ୍ଷା ପ୍ରତି ଥିବା ଦ୍ୱାୟିତ୍ୱକୁ ନେଇ ଜିନ୍ଦଲ ଷ୍ଟେନଲେସ ସବୁବେଳେ ପ୍ରତିବଦ୍ଧ। ସ୍କ୍ରାପ ମ୍ୟାଟେରିଆଲ ବ୍ୟବହାର କରି କମ୍ପାନୀ ଷ୍ଟେନଲେସ ଷ୍ଟିଲ ନିର୍ମାଣ କରୁଛି, ଯାହାଫଳରେ ଗ୍ରିନହାଉସ ଗ୍ୟାସ ନିର୍ଗମନ କମିବା ସହ ଶତ ପ୍ରତିଶତ ସ୍କ୍ରାପ ଆବର୍ଜନାର ପୁନଃବ୍ୟବହାର କରି ସର୍କୁଲାର ଅର୍ଥନୀତିକୁ ସାକାର କରୁଛି।

ହାଇଜେନକୋ ସମ୍ପର୍କରେ:

ଭାରତରେ ମୁଖ୍ୟ କାର୍ଯ୍ୟାଳୟ ସ୍ଥାପନ କରିଥିବା ହାଇଜେନକୋ ହେଉଛି ସବୁଜ ହାଇଡ୍ରୋଜେନ୍ ଏବଂ ସବୁଜ ଆମୋନିଆ ଚାଳିତ ଶିଳ୍ପ ସମାଧାନ ନିୟୋଜିତ କରିବାରେ ଏକ ବିଶ୍ୱସ୍ତରୀୟ ଅଗ୍ରଣୀ। ହାଇଜେନକୋ ସ୍କେଲ୍ଡ ଅପ୍ ବ୍ୟବସାୟିକ ଓ ଆକର୍ଷଣୀୟ ସବୁଜ ହାଇଡ୍ରୋଜେନ୍ ଏବଂ ସବୁଜ ଆମୋନିଆ ଆସେଟର ବିକାଶ ଏବଂ ନିୟୋଜିତ କରେ। ଗ୍ରୀନ୍ ହାଇଡ୍ରୋଜେନ୍ ପ୍ରୋଜେକ୍ଟର ଡିଜାଇନ୍, ନିର୍ମାଣ ଏବଂ ପରିଚାଳନାରେ ଗଭୀର କ୍ଷମତା ଥିବା ହାଇଜେନକୋ ଗତ ବର୍ଷ ଉଜ୍ଜୟିନୀରେ ଭାରତର ପ୍ରଥମ ଡେମୋ ପ୍ଲାଣ୍ଟର ଉଦଘାଟନ କରିଥିଲା।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button