ଦେଶ

ସଂସାର ଉଜାଡି ଦେଲା ସିଲିଣ୍ଡର, ଗ୍ୟାସ ଫାଟି ମାଆ ଓ ୩ ଛୁଆ ଜୀବନ୍ତ ଦଗ୍ଧ – Ibnodisha

[ad_1]

ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ହୃଦୟ ବିଦାରକ ଘଟଣା । ଘର ଲୋକଙ୍କ ପାଇଁ ଚା’ ଜଳଖିଆ ବନାଉଥିବା ବେଳେ ଫାଟିଲା ଗ୍ୟାସ୍ ସିଲିଣ୍ଡର । ନିଆଁରେ ଜଳି ଚାଲିଗଲା ମାଆ ଓ ୩ ଛୁଆଙ୍କ ଜୀବନ । ଆଜି ସକାଳେ ୟୁପି ଦେଓରିଆ ଜିଲ୍ଲାର ଗୋଟିଏ ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଯାଇଛି । ସିଲିଣ୍ଡର ବିସ୍ଫୋରଣରେ ଛାରଖାର୍ ହୋଇଯାଇଛି ଏକ ହସଖୁସିର ସଂସାର । ବିସ୍ଫୋରଣରେ ମହିଳା ଓ ତାଙ୍କର ଛୁଆଙ୍କୁ ମିଶାଇ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ କେହି ଆହତ ହୋଇନାହାନ୍ତି । ସୂଚନା ଅନୁଯାୟୀ, ଆଜି ଭୋର୍ ସମୟରେ ମହିଳା ଜଣକ ପରିବାର ଲୋକଙ୍କ ପାଇଁ ଗ୍ୟାସ୍‌ରେ ଚା’ ଜଳଖିଆ ପ୍ରସ୍ତୁତ କରୁଥିଲେ । ପାଖରେ ତାଙ୍କର ୩ ଛୁଆ ଖେଳୁଥିଲେ । ଠିକ୍ ଏତିକି ବେଳେ ଘଟିଥିଲା ଭୟଙ୍କର ବିସ୍ଫୋରଣ । ସେ ରୋଷେଇ କରୁଥିବା ଗ୍ୟାସ୍ ସିଲିଣ୍ଡରଟି ଫାଟି ଯାଇଥିଲା । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ସମଗ୍ର ଅଞ୍ଚଳର ଥରି ଉଠିଥିଲା ।

ଆଖପାଖର ଲୋକମାନେ ଭୟରେ ନିଦରୁ ଉଠି ପଡିଥିଲେ । ପ୍ରଚଣ୍ଡ ଶବ୍ଦ ଶୁଣି ଗାଁ ଲୋକମାନେ କ’ଣ ହୋଇଛି ଦେଖିବାକୁ ଧାଇଁ ଆସିଥିଲେ । ହେଲେ ସେତେବେଳକୁ ମହିଳାଙ୍କ ସହ ତାଙ୍କର ୩ ଜଣ ସନ୍ତାନ ନିଆଁରେ ଜୀବନ ଦଗ୍ଧ ହୋଇଯାଇଥିଲେ । ସମସ୍ତଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଛି । ଏହି ଖବର ପାଇ ଅଗ୍ନିଶମ ବାହାନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ଏନେଇ ଦେଓରିଆ ଏସପି ସଂକଳ୍ପ ଶର୍ମା କହିଛନ୍ତି, ମହିଳା ଚା’ ଓ ଜଳଖିଆ ତିଆରି କରୁଥିବା ବେଳେ ସିଲିଣ୍ଡର ବିସ୍ଫୋରଣ ହୋଇଥିଲା । ଏଥିରେ ସେ ଓ ତାଙ୍କର ୩ ଜଣ ଛୁଆଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ଏବେ ନିଆଁକୁ ଆୟତ୍ତ କରାଯାଇଛି । ଘଟଣାରେ କେହି ଆହତ ହୋଇନାହାନ୍ତି । ଏହି ଘଟଣାରେ ପୋଲିସ ତଦନ୍ତ ଆରମ୍ଭ କରିଛି । ପୋଲିସ ସହିତ ଫରେନସିକ ଟିମ୍ ଘଠଣାସ୍ଥଳରେ ପହଞ୍ଚି ଛାନଭିନ୍ କରୁଛନ୍ତି । ସେପଟେ ଏହି ଅଘଟଣ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button