ଦେଶ

କର୍କଟ ରୋଗରେ ପୀଡିତ ସୁଶୀଲ ମୋଦୀ – Ibnodisha

[ad_1]

ନୂଆଦିଲ୍ଲୀ: ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦୀ କର୍କଟ ରୋଗରେ ପୀଡିତ ଅଛନ୍ତି। ଗତ ୬ମାସ ହେବ ସୁଶୀଲ କର୍କଟ ରୋଗ ସହିତ ସଂଘର୍ଷ କରୁଛନ୍ତି ବୋଲି ଏକ୍ସରେ ପୋଷ୍ଟ କରି ସୂଚନା ଦେଇଚନ୍ତି। ଟୁଇଟ କରି ସେ ଲେଖିଛନ୍ତି ଯେ ଗତ ୬ମାସ ହେଲାଣି ମୁଁ କ୍ୟାନସର ସହିତ ଲଢୁଛି। ଏବେ ଲୋକଙ୍କୁ କହିବାର ସମୟ ଆସିଛି। ଲୋକସଭା ନିର୍ବାଚନରେ କିଛି କରିପାରିବି ନାହିଁ। ପ୍ରଧାନମନ୍ତ୍ରୀଙ୍କୁ ସବୁକିଛି ଜଣାଇ ଦେଇଛି। ବିହାର ଏବଂ ପାର୍ଟି ପ୍ରତି ସବୁବେଳେ କୃତଜ୍ଞ ଏବଂ ସମର୍ପିତ ରହିବି। ସୁଶୀଲ ମୋଦୀ ଲୋକସଭା ନିର୍ବାଚନ ନଲଢିବା ବିହାର ବିଜେପିକୁ ବଡ ଝଟକା ଲାଗିପାରେ। ବିହାର ବିଜେପିରେ ଜଣେ ଟାଣୁଆ ନେତା ସୁଶୀଲ ମୋଦୀ। ବିହାରରେ ବିଜେପିକୁ ମଜବୁତ କରିବାରେ ତାଙ୍କର ବଡ ଯୋଗଦାନ ରହିଛି। କର୍କଟ ରୋଗରେ ପୀଡିତ ଥିବାରୁ ଏଥର ଲୋକସଭା ନିର୍ବାଚନରେ ପ୍ରଚାର କରିପାରିବେ ନାହିଁ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button