ଦେଶ

ସ୍ୱାମୀଙ୍କ ଠାରୁ ବି ଅଧିକ ସମ୍ପତ୍ତି ରହିଛି କଳ୍ପନା ସୋରେନଙ୍କ ପାଖରେ – Ibnodisha

[ad_1]

ନୂଆଦିଲ୍ଲୀ : ଝାଡଖଣ୍ଡରେ ବିଧାନସଭା ଉପନିର୍ବାଚନ ପାଇଁ ସୋମବାର ଦିନ ନାମାଙ୍କନ ଦାଖଲ କରିଛନ୍ତି କଳ୍ପନା ସୋରେନ୍‌‌। ନାମାଙ୍କନରେ କଳ୍ପନା ଦେଇଥିବା ଆଫିଡେଭିଟ୍‌‌ ଅନୁଯାୟୀ ସେ କୋଟିପତି ବୋଲି ଜଣାପଡିଛି। ସ୍ୱାମୀ ହେମନ୍ତ ସୋରେନଙ୍କ ଅପେକ୍ଷା କଳ୍ପନାଙ୍କ ପାଖରେ ୪ଗୁଣା ଅଧିକ ସମ୍ପତ୍ତି ରହିଥିବା ଜଣାପଡିଛି। କଳ୍ପନାଙ୍କ ପାଖରେ ମୋଟ ୧୯.୧୪କୋଟି ଟଙ୍କାର ସମ୍ପତ୍ତି ରହିଛି। ସେଥିମଧ୍ୟରୁ ୧୩କୋଟି ୬୩ଲକ୍ଷ ୧୦ହଜାର ଟଙ୍କାର ଅସ୍ଥାବର ସମ୍ପତ୍ତି ଅଛି। ଏହାସହିତ ତାଙ୍କ ପାଖରେ ନଗଦ କାର, ବୀମା, ପିପିଏଫ୍‌‌, ବ୍ୟାଙ୍କ ଜମା ଏବଂ ଅଳଙ୍କାର ସହିତ ୫କୋଟି ୫୧ଲକ୍ଷ ୫୧ହଜାର ୧୬୮ଟଙ୍କାର ସମ୍ପତ୍ତି ରହିଥିବା ଜଣାପଡିଛି। କଳ୍ପନା ସୋରେନ ୩.୬୭କୋଟି ଟଙ୍କା ଋଣ କରିଛନ୍ତି। ଖାଲିସେତିକି ନୁହେଁ କଳ୍ପନାଙ୍କ ସ୍ୱାମୀ ହେମନ୍ତ ସୋରେନ୍‌‌ ମଧ୍ୟ କୋଟିପତି ଅଟନ୍ତି। ହେମନ୍ତ ସୋରେନଙ୍କ ପାଖରେ ମୋଟ ୫.୩କୋଟି ଟଙ୍କାର ଅଚଳାଚଳ ସମ୍ପତ୍ତି ରହିଛି। ଏସବୁ ତଥ୍ୟ ନାମାଙ୍କନ ପତ୍ରରେ ଦର୍ଶାଇଛନ୍ତି କଳ୍ପନା।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button