Uncategorized

ଏହି ସବୁ ଖରାପ ଅଭ୍ୟାସ କାରଣରୁ ଅଧିକାଂଶ ଲୋକ ହୃଦୟ ରୋଗର ଶିକାର ହେଉଛନ୍ତି-

ଏହି ସବୁ ଖରାପ ଅଭ୍ୟାସ କାରଣରୁ ଅଧିକାଂଶ ଲୋକ ହୃଦୟ ରୋଗର ଶିକାର ହେଉଛନ୍ତି- ଜାଣନ୍ତୁ ଏହା କଣ ଓ ଦୂରେଇ ରୁହନ୍ତୁ ଏଥିରୁ

ଭାରତ ରେ ଯୁବକ ମାନଙ୍କୁ ଆଜି କାଲି ହୃଦୟ ରୋଗ ଅତି ଶୀଘ୍ର ହେଉଛି, ଡକ୍ଟର କହିବା ଅନୁଯାଇ ଏହାର ମୁଖ୍ୟ କାରଣ  ଯୁବକଙ୍କ ଖରାପ ଅଭ୍ୟାସ ଓ ଜୀବନଶୈଳୀ ଅଟେ । ଆଜି କାଲି ଫିଟ ରହିବାର ରେସ୍ ଚାଲୁଛି କିନ୍ତୁ ଯୁବକଙ୍କ ଭୁଲ ଅଭ୍ୟାସ କାରଣରୁ ତାଙ୍କୁ ହୃଦୟ ରୋଗ ମାଡି ବସୁଛି । ଲଗାତାର ଟିଭି ବା କମ୍ପ୍ୟୁଟର ଆଗ ରେ ବସି ରହିଲେ ହୃଦୟ ସମସ୍ୟା ୮୦% ବଢି ଯାଇ ଥାଏ ।

ଆମ ଓଜନ ସାମାନ୍ୟ ରହିଲେ ମଧ୍ୟ ଅଧିକ ସମୟ ପର୍ଯ୍ୟନ୍ତ ଟିଭି ବା କମ୍ପ୍ୟୁଟର ଆଗ ରେ ବସିଲେ ଶରୀର ରେ ଫ୍ୟାଟ ଓ ରକ୍ତ ରେ ସୁଗାର ମାତ୍ରା ବଢି ଥାଏ ।

ଶୋଇବା ସମୟ ରେ ଘୁଙ୍ଘୁଡି ମାରିବା :

ଯଦି ନିଦରେ ଆପଣଙ୍କୁ ଘୁଘୁଡି ମାରିବା ଅଭ୍ୟାସ ଅଛି ତାହେଲେ ଏହା ଜମା ଉଚିତ କଥା ନୁହେଁ ଏବଂ ଏହାକୁ କେବେ ବି ଅଣଦେଖା କରନ୍ତୁ ନାହିଁ । କାହିଁକିନା ଘୁଘୁଡି ସମସ୍ୟା ଆବ୍ସଟ୍ରକ୍ଟିୱ ସ୍ଲୀପ ଏପ୍ନିୟା କୁ ଇସାରା କରି ଥାଏ ଯେଉଁ ସମସ୍ୟା ରେ ଲୋଙ୍କକୁ ସୋଇବା ସମୟ ରେ ନିଶ୍ଵାସ ନବା ପାଇଁ ସମସ୍ୟା ହୋଇଥାଏ ଏବଂ ଯାହା ଦ୍ଵାରା ବ୍ଲଡ ପ୍ରେସର ବଢି ଥାଏ, ପ୍ରାୟତଃ ଏହି ସମସ୍ୟା ମୋଟା ଲୋକଙ୍କୁ ହୋଇଥାଏ ।

ଦାନ୍ତ ସମସ୍ୟା :

 

ଅଧ୍ୟୟନ ଅନୁଯାଇ ଏହି କଥା ପ୍ରମାଣ ହୋଇଛି କି ହୃଦୟ ରୋଗ ବହୁତ ଗମ୍ଭୀରଭାବେ ଦାନ୍ତ ରୋଗ ସହ ଯୋଡି ହୋଇଛି । ଆପଣ ଯେତେବେଳେ ଭଲକି ଦାନ୍ତ ସଫା କରନ୍ତି ନାହିଁ ସେତେବେଳେ ଆପଣଙ୍କ ଦାନ୍ତ ରେ ଜୀବାଣୁ ଓ ପ୍ଲାକ ଜମିକି ରହି ଯାଏ ଯାହା ଜମା ହୋଇ କିଛି ଦିନ ପରେ ହୃଦୟ ପାଇଁ ବିପଦ ହୋଇଥାଏ ।

ମଦ ର ସେବନ :

 

ବହୁତ ଯୁବକ ଫ୍ୟାସନ ନା ରେ ମଦକୁ ପିଉଛନ୍ତି କିନ୍ତୁ ମଦ ହୃଦୟ ପାଇଁ ଜମା ବି ଉଚିତ ନୁହେଁ ଏହା ହୃଦୟ ପାଇଁ ଏକ ଅଭିସାପ ପରି କାମ କରି ଥାଏ । ଏହାର ଅଳ୍ପ ସେବନ ଚଳି ପାରେ କିନ୍ତୁ ଅତ୍ୟଧିକ ସେବନ ଆଗକୁ ଯାଇ ହାର୍ଟ ଫେଲ କରି ପାରେ ।

ଫଳ ଓ ପାରିବା ନଖାଇଲେ :ଶରୀର କୁ ସୁସ୍ଥ ରଖିବା ପାଇଁ ଫଳ ଓ ପାରିବା ସେବନ କରିବା ନିହାତି ଦରକାର ଅଟେ, ଅଧ୍ୟୟନ ରୁ ଜଣା ପଡିଛି କି ଦିନ ରେ ପାଞ୍ଚ ଥର ଫଳ ଓ ପାରିବା ଖାଇଲେ ହୃଦୟ ରୋଗରୁ ୨୦% ବିପଦ କମି ଯାଇ ଥାଏ ।

 

ସ୍ମୋକିଂ କରିବା ବା କରୁଥିବା ଲୋକ ସହ ରହିବା :

 

ସ୍ମୋକିଂ କରିବା ଯେତେ ଖରାପ ହୋଇଥାଏ ସେହି ଧୂଆଁଟିକୁ ନିଶ୍ଵାସ ରେ ନବା ତାଠାରୁ ବି ଅଧିକ ଭୟଙ୍କର ଅଟେ । ଏହା କଲେ ଆମ ହୃଦୟ ଦୁର୍ବଳ ହୋଇଥାଏ ଏବଂ ଅନେକ ପ୍ରକାର ରୋଗ ବି ହୋଇଥାଏ ଯେମିତିକି ହାଇ ବିପି, କୋଲେଷ୍ଟ୍ରୋଲ, ମଧୁମେହ ଏବଂ ନିଶ୍ଵାସ ନେବାରେ ସମସ୍ୟା ଭଳି ରୋଗ ହୋଇଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button