ଖେଳ

ବାଂଲାଦେଶ ସିରିଜ ଲାଗି ଭାରତୀୟ ଟି-୨୦ ଟିମ୍ ଘୋଷଣା, ‘ସୁପର ପେସର’ଙ୍କୁ ପ୍ରଥମ ଥର ମିଳିଲା ଟିମରେ ସ୍ଥାନ

ନୂଆଦିଲ୍ଲୀ, ୨୯/୯ : ବାଂଲାଦେଶ ବିପକ୍ଷ ଆଗାମୀ ମାସରେ ଖେଳାଯିବାକୁ ଥିବା ୩ ଟି-୨୦ ମ୍ୟାଚ୍ ଲାଗି ୧୫ଜଣିଆ ଭାରତୀୟ ଟିମର ଘୋଷଣା କରାଯାଇଛି । ଆଗାମୀ ମାସ ୬ତାରିଖରୁ ଆରମ୍ଭ ହେବାକୁ ଥିବା ସିରିଜ ଲାଗି ଏହି ଟିମ ଘୋଷଣାରୁ ଏହା ଜଣାପଡ଼ିଯାଉଛି କି ଗମ୍ଭୀର ସଫା ସଫା ୨୦୨୬ ବିଶ୍ବକପ ଆଡ଼କୁ ଦେଖିବା ଆରମ୍ଭ କରି ଦେଇଛନ୍ତି ।

କେତେକ ଯୁବକଙ୍କୁ ବି ଟିମରେ ସ୍ଥାନ ମିଳିଛି । କିଛି ବରିଷ୍ଠଙ୍କୁ ବିଶ୍ରାମ ଦିଆଯାଇଛି । ଚଳିତ ବର୍ଷ ଆଇପିଏଲରେ ସମସ୍ତଙ୍କୁ ଚକିତ କରିଥିବା ମୟଙ୍କ ଯାଦବଙ୍କୁ ବି ପ୍ରଥମର ଭାରତୀୟ ଟିମରେ ଚୟନ କରାଯାଇଛି । ମୟଙ୍କ ଯାଦବ ଚଳିତ ବର୍ଷ ଆଇପିଏଲରେ ଆରସିବି ବିପକ୍ଷରେ ୧୫୬.୭ କିମିର ବେଗରେ ବଲ୍ ଫିଙ୍ଗି ପୂରା କ୍ରିକେଟ ଜଗତରେ ଚର୍ଚ୍ଚାର ବିଷୟ ପାଲଟିଯାଇଥିଲେ । ସେତେବେଳେ ଲାଗିଥିଲା କି ସେ ଖୁବଶୀଘ୍ର ଟିମ୍ ଇଣ୍ଡିଆ ଜର୍ସି ପିନ୍ଧିବେ, ମାତ୍ର ସେ ସେତେବେଳେ ଆହତ ହୋଇଯାଇଥିଲେ ।

ପ୍ରକାଶ ଯେ, ଏବେ ସେ ସମ୍ପୂର୍ଣ୍ଣ ଭାବେ ପୁରା ଫିଟ୍ ହୋଇ ଜଲଓ୍ବା ଦେଖାଇବା ଲାଗି ପ୍ରସ୍ତୁତ ଅଛନ୍ତି । ସେହିଭଳି ନିକଟରେ ଘରୋଇ କ୍ରିକେଟରେ ଭଲ ପ୍ରଦର୍ଶନ କରି ଓ୍ବିକେଟକିପର ଇଶାନ କିଶାନଙ୍କ ସ୍ଥାନରେ ଅଗରକର ଏଣ୍ଡ କମ୍ପାନୀ ପକ୍ଷରୁ ଦ୍ବିତୀୟ ଓ୍ବିକେଟ କିପର ଲାଗି ପଞ୍ଜାବର ଜିତେଶ ଶର୍ମାଙ୍କୁ ଅଗ୍ରାଧିକାର ଦିଆଯାଇଛି । ଘୋଷଣା ହୋଇଥିବା ଟି-୨୦ ଟିମରେ ଅଗରକର ଏଣ୍ଡ କମ୍ପାନୀ ଶୁଭମନ ଗିଲଙ୍କ ସ୍ଥାନରେ ପଞ୍ଜାବର ଆତିଶୀ ବାମହାତୀ ବ୍ୟାଟର ଅଭିଷେକ ଶର୍ମାଙ୍କୁ ଟିମରେ ସ୍ଥାନ ଦିଆଯାଇଛି । ଅଭିଷେକ ଶ୍ରୀଲଙ୍କା ଗସ୍ତରେ ବି ଥିଲେ ଏବଂ ସେ ନିଜ ପ୍ରଦର୍ଶନରେ ସମସ୍ତଙ୍କୁ ବହୁତ ଅଧିକ ପ୍ରଭାବିତ କରିଥିଲେ । ଏବେ ଏହା ଦେଖିବାକୁ ବାକି ରହିଲାକି ଯେତେବେଳେ ଗିଲ୍ ଟିମରେ ନାହାନ୍ତି ତ ତାଙ୍କ ସହ ବାଂଲାଦେଶ ବିପକ୍ଷରେ ପାଳିର ଆରମ୍ଭ କିଏ କରିବେ । ଜୟସଓ୍ବାଲ ଜୁଲାଇରେ ଶ୍ରୀଲଙ୍କା ଗସ୍ତରେ ଟିମର ଭାଗିଦାରି ଥିଲେ । କିନ୍ତୁ ତାଙ୍କୁ ବି ଆଗାମୀ ଗସ୍ତରେ ବିଶ୍ରାମ ଦିଆଯାଇଛି ।

ଘୋଷଣା ହାଇଥିବା ୧୫ଜଣିଆ ସଦସ୍ୟ ଥିବା ଟିମରେ ସଞ୍ଜୁ ସାମସନ ଏବଂ ପଞ୍ଜାବ ଲାଗି ଘରୋଇ କ୍ରିକେଟରେ ଖେଳୁଥିବା ଜିତେଶ ଶର୍ମାଙ୍କ ରୂପରେ ଦୁଇ ଓ୍ବିକେଟ କିପର ଅଛନ୍ତି । କିନ୍ତୁ ଶ୍ରୀଲଙ୍କ ଗସ୍ତରେ ଭଲ ପ୍ରଦର୍ଶନ କରୁଥିବା ଋଷଭ ପନ୍ତଙ୍କୁ ବିଶ୍ରାମ ଦିଆଯାଇଛି । ନଭେମ୍ବରରେ ଅଷ୍ଟେ୍ରଲିଆର ଲମ୍ବା ସମୟର ଓ୍ବାର୍କଲୋଡ଼ କାରଣରୁ ମ୍ୟାନେଜମେଣ୍ଟ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି ।

ଘୋଷିତ ଭାରତୀୟ ଟିମ୍

ସୂର୍ଯ୍ୟକୁମାର ଯାଦବ(ଅଧିନାୟକ), ଅଭିଷେକ ଶର୍ମା, ସଞ୍ଜୁ ସାମସନ(ଓ୍ବିକେଟକିପର), ରିଙ୍କୁ ସିଂହ, ହାର୍ଦ୍ଦିକ ପାଣ୍ଡ୍ୟା, ରିୟାନ ପରାଗ, ନିତିଶ କୁମାର ରେଡ୍ଡୀ, ଶିବମ ଦୁବେ, ଓ୍ବାଶିଂଟନ ସୁନ୍ଦର, ରବି ବିଶ୍ନୋଇ, ବରୁଣ ଚକ୍ରବର୍ତ୍ତି, ଜିତେଶ ଶର୍ମା(ଓ୍ବିକେଟକିପର), ଅର୍ଶଦୀପ ସିଂହ, ହର୍ଷିତ ରାଣା ମୟଙ୍କ ଯାଦବ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button