IBN ଓଡ଼ିଶା ବ୍ୟୁରୋ
ସୁସ୍ଥ ନାହାନ୍ତି କି କଟ୍ରିନା? ଏଭଳି ଭିଡିଓ ଭାଇରାଲ ହେବାରୁ ଚିନ୍ତାରେ ପ୍ରଶଂସକ
ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଟ୍ରିନା କୈଫ ସବୁବେଳେ ନିଜ ଫିଲ୍ମ ପାଇଁ ଚର୍ଚ୍ଚାରେ ରହିଥାନ୍ତି। ଗତ କିଛି ମାସ ହେବ ସେ କୌଣସି ଫିଲ୍ମରେ ନଜର ଆସିନଥିବା ବେଳେ ଏବେ ସେ ଏକ ଇଭେଣ୍ଟକୁ ଯାଇଥିବାର ଭିଡିଓ ଭାଇରାଲ ହେଉଛି। ଭିଡିଓରେ କଳା ରଙ୍ଗର ପ୍ୟାଚ୍ ତାଙ୍କ ହାତରେ ଥିବାରୁ କଟ୍ରିନାଙ୍କର କ’ଣ ହୋଇଛି ବୋଲି ଭାବି ଚିନ୍ତାରେ ପ୍ରଶଂସକ।ଭିଡିଓ ଭାଇରାଲ ହେବା ପରେ କଟ୍ରିନା ସୁସ୍ଥ ନଥିବା ନେଇ ପ୍ରଶଂସକ ସନ୍ଦେହ କରୁଥିବା ବେଳେ ଏଭଳି ପ୍ୟାଚ୍ ଲାଗିବା ପଛର କାରଣ ପଚାରିବାରେ ଲାଗିଛନ୍ତି।