ଦେଶ

ଏମିତି ସ୍ୱାମୀ ଖୋଜ, ଯିଏ ଘରର କାମ କରିବେ: ଡିଓ୍ଵାଇ ଚନ୍ଦ୍ରଚୂଡ଼ – Ibnodisha

[ad_1]

ନୂଆଦିଲ୍ଲୀ: ଦେଶର ବିକାଶରେ ବଢ଼ୁଥିବା ମହିଳାମାନଙ୍କ ଭାଗିଦାରୀ ଭିତରେ ସୁପ୍ରିମ୍‌କୋର୍ଟଙ୍କ ପ୍ରଧାନ ବିଚାରପତି ଡିଓ୍ଵାଇ ଚନ୍ଦ୍ରଚୂଡ଼ ଘରୋଇ ଏବଂ ସରକାରୀ ସଂସ୍ଥାକୁ ବଡ଼ ଉପଦେଶ ଦେଇଛନ୍ତି। ବେଙ୍ଗାଲୁରୁରେ ନ୍ୟାସନାଲ ଲ’ ସ୍କୁଲ ଅଫ୍‌ ଇଣ୍ଡିଆ ୟୁନିଭର୍ସିଟିର ୩୧ତମ ଦୀକ୍ଷାନ୍ତ ସମାରୋହରେ ଯୋଗଦେଇ ସିଜେଆଇ ଛାତ୍ରଛାତ୍ରୀମାନଙ୍କୁ ସମ୍ବୋଧିତ କରିଥିଲେ।

ଏହି ଅବସରରେ ସେ କହିଥିଲେ ଯେ ଆମେ ନିଜ ସଂସ୍ଥାମାନଙ୍କରେ ମହିଳା ଏବଂ ପୁରୁଷଙ୍କ ପାଇଁ ସମାନ ପ୍ରକାରର ଓ୍ଵାର୍କିଂ କଣ୍ଡିସନ ସୃଷ୍ଟି କରିବା ଉପରେ କାମ କରିବା ଉଚିତ୍‌। ଏହି ସମୟରେ ସେ ନିଜ ଦିବଂଗତ ପତ୍ନୀଙ୍କ ସହ ଜଡ଼ିତ ଏକ ଘଟଣା ମଧ୍ୟ ବର୍ଣ୍ଣନା କରିଥିଲେ।

ସିଜିଆଇ କହିଥିଲେ କି, ତାଙ୍କ ପତ୍ନୀ ଯେତେବେଳେ ଚାକିରି ଆଶାରେ ଏକ ଲ’ ସଂସ୍ଥାକୁ ଯାଇଥିଲେ, ସାକ୍ଷାତ୍‌କାର ସମୟରେ ତାଙ୍କୁ ୨୪ ଘଣ୍ଟା ଏବଂ ୩୬୫ ଦିନ କାମ କରିବା ପାଇଁ ପ୍ରସ୍ତୁତ ରହିବାକୁ କୁହାଯାଇଥିଲା। ଏହା ଉପରେ ଯେତେବେଳେ ପତ୍ନୀ କାର୍ଯ୍ୟରତ ମହିଳାଙ୍କ ବିଷୟରେ ପଚାରିଥିଲେ, ସେପଟୁ ଜବାବ ମିଳିଥିଲା, ତାଙ୍କର କୌଣସି ପାରିବାରିକ ଜୀବନ ନାହିଁ। ଯଦି ଲ’ ସଂସ୍ଥାରେ କାମ କରିବାକୁ ଚାହୁଁଛ, ତା’ ହେଲେ ଏମିତି ସ୍ୱାମୀ ଖୋଜ, ଯିଏ ଘରର କାମ କରିବେ’।

ସିଜେଆଇ ନିଜେ ସୂଚନା ଦେଇ କହିଥିଲେ, ୨୦୦୦ରେ ତାଙ୍କ ପତ୍ନୀ ମଧ୍ୟ ବାର୍‌ର ସଦସ୍ୟ ଥିଲେ ଏବଂ ଚାକିରି ଖୋଜୁଥିଲେ। ଚାକିରି ଖୋଜିବା ସମୟରେ ହିଁ ଏହି ଘଟଣା । ଯଦିଓ ସାକ୍ଷାତ୍‌କାରର ବର୍ଷ ୨୦୦୩ରୁ ୨୦୦୪ ଥିଲା। ପ୍ରଧାନ ବିଚାରପତି ଚନ୍ଦ୍ରଚୂଡ଼ ନିଜ ସମ୍ବୋଧନରେ ଏହା ମଧ୍ୟ କହିଥିଲେ, ଜଣେ ଭଲ ଓକିଲ ହେବା ପାଇଁ ଜଣେ ଭଲ ମଣିଷ ହେବା ଜରୁରୀ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button