ଦେଶ

‘ସୌଭାଗ୍ୟବଶତଃ ନିଦ ଭାଙ୍ଗିଯିବାରୁ, ମୋର ଜୀବନ ବଞ୍ଚିଗଲା’: ଟ୍ରେନଯାତ୍ରୀ – Ibnodisha

[ad_1]

ମଦୁରାଇ: ତାମିଲନାଡୁର ମଦୁରାଇ ରେଳ ଷ୍ଟେସନରେ ଶନିବାର ଏକ ଟ୍ରେନ୍‌ରେ ଭୟାବହ ଅଗ୍ନିକାଣ୍ଡ ଘଟି ୧୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦ ଜଣ ଆହତ ହୋଇଥିବା ସୂଚନା ମିଳିଥିଲା। ଯେଉଁ ବଗିରେ ନିଆଁ ଲାଗିଥିଲା ତାହା ଏକ ଘରୋଇ ପାର୍ଟି କୋଚ ଥିଲା। ଯେଉଁଥିରେ ଯାତ୍ରା କରୁଥିବା ଯାତ୍ରୀ ଉତ୍ତରପ୍ରଦେଶର ମଦୁରାଇ ପହଞ୍ଚିଥିଲେ। ଏହି ଦୁର୍ଘଟଣାରୁ ବଞ୍ଚି ଯାଇଥିବା ଯାତ୍ରୀ ସେସମୟର ଭୟାବହ ଘଟଣା ବିଷୟରେ ବଖାଣିଛନ୍ତି।

ଉତ୍ତରପ୍ରଦେଶର ବାସିନ୍ଦା ଅଲକା ପ୍ରଜାପତି କହିଛନ୍ତି, ‘ଯେତେବେଳେ ଏହି ଅଗ୍ନିକାଣ୍ଡ ଘଟିଲା ମୁଁ ବଗିରେ ଶୋଇଥିଲି। ହଠାତ ଲୋକମାନଙ୍କ ପାଟି ଶୁଣା ଯାଇଥିଲା। ମୁଁ ନିଦରୁ ଉଠିଲା ବେଳକୁ ଲୋକେ ନିଆଁ ଲାଗିଛି ନିଆଁ ଲାଗିଯାଇଛି ବୋଲି ଚିତ୍କାର କରି ଏଣେତେଣେ ଦୌଡ଼ିବାକୁ ଲାଗିଥିଲେ। ମୁଁ ବି ପ୍ରାଣବିକଳରେ ଟ୍ରେନରୁ ବାହାରିବାକୁ ଯାଉଥିବା ବେଳେ ତାହାର ଦ୍ବାର ବନ୍ଦ ଥିଲା। ଏହା ଦେଖି ମୁଁ ଆହୁରି ଭୟଭୀତ ହୋଇଯାଇଥିଲି। ନିଆଁ ଲାଗି ବଗିରେ ଧୁଆଁ ଭର୍ତ୍ତି ହୋଇଯାଇଥିବାରୁ ନିଶ୍ବାସ ବି ଠିକ ସେ ନେଇ ପାରୁ ନଥିଲି। କିନ୍ତୁ ସୌଭାଗ୍ୟବଶତଃ ସେ ସମୟରେ କେହି ଜଣେ ଉକ୍ତଦ୍ବାରର ତାଲା ଭାଙ୍ଗି ଦେବାରୁ ଆମେ ସମସ୍ତେ ଉଦ୍ଧାର ହୋଇଯାଇଥିଲୁ।’

ମଦୁରାଇ ଜିଲ୍ଲାପାଳ ଏମ୍‌ଏସ୍‌ ସଙ୍ଗୀତା ଏହି ଘଟଣାକୁ ନେଇ କହିଛନ୍ତି, ଟ୍ରେନଟି ମଦୁରାଇ ରେଳ ଷ୍ଟେସନରେ ଅଟକି ଥିବା ଏକ ବଗିରେ ନିଆଁ ଲାଗିଯାଇଥିଲା। ଏଥିରେ ଉତ୍ତରପ୍ରଦେଶରୁ ତୀର୍ଥଯାତ୍ରୀମାନେ ଯାତ୍ରା କରୁଥିଲେ। ଚା ତିଆରି କରିବା ପାଇଁ ଗ୍ୟାସ ଚୁଲା ଜଳାଉଥିବା ବେଳେ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ହୋଇଥିଲା। ବର୍ତ୍ତମାନ ସୁଦ୍ଧା ଆମେ ୯ଟି ମୃତଦେହ ଉଦ୍ଧାର କରିଛୁ।

ଗ୍ୟାସ ସିଲିଣ୍ଡର, ବାଣ, ଏସିଡ, କିରୋସିନ, ପେଟ୍ରୋଲ, ଥର୍ମିକ ୱେଲ୍ଡିଂ, ଚୁଲା ଏବଂ ବିସ୍ଫୋରକ ଭଳି ଜ୍ୱଳନଶୀଳ ଜିନିଷ ବହନ କରିବା ୧୯୮୯ର ରେଳ ଆଇନର ଧାରା ୬୭, ୧୬୪ ଏବଂ ୧୬୫ ଅନୁଯାୟୀ ଦଣ୍ଡନୀୟ ଅପରାଧ।

ତଥାପି ଘରୋଇ ପାର୍ଟି (ଭାସିନ ଟୁର୍ସ ଆଣ୍ଡ ଟ୍ରାଭେଲ୍ସ, ସୀତାପୁର) ବେଆଇନ ଭାବେ ଏକ ଗ୍ୟାସ ସିଲିଣ୍ଡର, ଚୁଲା ଏବଂ ଅନ୍ୟାନ୍ୟ ଦହନଶୀଳ ଜିନିଷ ନେଇ ଯାଇଥିଲା, ଯାହା ଫଳରେ ଏହି ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button