ରାଜ୍ୟ

ଗଧ ପରି ହାରିଛି କଂଗ୍ରେସ: ନରସିଂହ ମିଶ୍ର – Ibnodisha

[ad_1]

ଭୁବନେଶ୍ବର : ଦେଶର ୪ ରାଜ୍ୟ ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ ଏବଂ ତେଲେଙ୍ଗାନା ବିଧାନସଭା ନିର୍ବାଚନର ଭୋଟ ଗଣତି ଚାଲିଛି। ବର୍ତ୍ତମାନ ସୁଦ୍ଧା ସମ୍ପୁର୍ଣ୍ଣ ଫଳାଫଳ ସାମ୍ନାକୁ ଆସିନଥିବା ବେଳେ ଛତିଶଗଡ଼, ମଧ୍ୟପ୍ରଦେଶ, ରାଜସ୍ଥାନରେ ବିଜେପି ଜିତିବା ଏକ ପ୍ରକାର ନିଶ୍ଚିତ ହୋଇଗଲାଣି। କଂଗ୍ରେସ ପାଇଁ କେବଳ ସାନ୍ତ୍ବନା ଆଣିଦେଇଛି ତେଲେଙ୍ଗାନା । ଛତିଶଗଡ଼ରେ କଂଗ୍ରେସ ଜିତିବାର ସମ୍ଭାବନା ଏକଜିଟ ପୋଲ କହୁଥିବାବେଳେ ତାହା କଂଗ୍ରେସ ହାତରୁ ଖସିଯାଇଛି। ଏହା କଂଗ୍ରେସକୁ ସବୁଠୁ ଅଧିକ ନିରାଶ କରିଛି। ଆଜି ନିର୍ବାଚନ ଫଳାଫଳ ବାହାରୁଥିବା ଦୁଇଟି ରାଜ୍ୟ ଛତିଶଗଡ଼ ଓ ରାଜସ୍ଥାନରେ କଂଗ୍ରେସ ସରକାର ରହିଥିବା ସତ୍ତ୍ବେ ଏପରି ପରାଜୟ କଂଗ୍ରେସକୁ ୨୦୨୪ ନିର୍ବାଚନ ପୂର୍ବରୁ ବଡ଼ ଧକ୍କା ଦେଇଛି।

ସେପଟେ ୨୪ ନିର୍ବାଚନ ପୂର୍ବରୁ ସେମିଫାଇନାଲ କୁହାଯାଉଥିବା ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ ଏବଂ ତେଲେଙ୍ଗାନା ନିର୍ବାଚନ ଫଳାଫଳକୁ ଦେଖି ଓଡ଼ିଶା କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, କଂଗ୍ରେସ ତେଲେଙ୍ଗାନାକୁ ଛାଡି ବାକି ୩ ରାଜ୍ୟରେ ଗଧ ପରି ହାରିଛି। ସେ କହିଛନ୍ତି କଂଗ୍ରେସର ହାରିବାର ବଡ଼ କାରଣ ହେଉଛି ଏଠି ନିର୍ବାଚନରେ ହାରିବା ପରେ ଆତ୍ମ ସମୀକ୍ଷା ହୁଏନାହିଁ। ଏବେ ଆତ୍ମସମୀକ୍ଷା କଂଗ୍ରେସ କରିବା ଦରକାର। ଇଣ୍ଡିଆ ମେଣ୍ଟ ବୈଠକ ଆସନ୍ତା ୬ ତାରିଖରେ ବସିବା। ବୈଠକରେ ୨୦୨୪ ନିର୍ବାଚନ ପାଇଁ ରଣ ନୀତି ପ୍ରସ୍ତୁତ କଲାବେଳେ କଂଗ୍ରେସ ସମେତ ସବୁ ରାଜନୈତିକ ଦଳ କିଛି କିଛି ନିଜର ଅହଙ୍କାର ପରିତ୍ୟାଗ କରିବ ଦରକାର। ତା ହେଲେ ଯାଇ ପରିବର୍ତ୍ତନ ଆସିବ ବୋଲି ନରସିଂହ ମିଶ୍ର କହିଛନ୍ତି।

ଆହୁରି ମଧ୍ୟ ନରସିଂହ ମିଶ୍ର କହିଛନ୍ତି ଦେଶରେ ଗୋଟିଏ ବିପଦଜନକ ସ୍ଥିତି ସୃଷ୍ଟି ହୋଇଛି। ଛତିଶଗଡରେ କଂଗ୍ରେସ ହାରିବା ଅତ୍ୟନ୍ତ ନୈରାଶ୍ୟଜନକ କରିଛି। ଜଣାପଡୁଛି ରାଜନୀତିରେ ନୂଆ ନାଗସାପର ଆବିର୍ଭାବ ହୋଇଛି। ଯାହାର ନାମ ଗ୍ରୀନ କୋବ୍ରା। ଯାହା ଏତେ ବିଷଧର ଯେ କେତେବେଳେ କେଉଁ ପରିସ୍ଥିତିରେ ଘାସ ଭିତରୁ ବାହାରି କାମୁଡ଼ିବ ଜଣା ପଡ଼ିବନି। କଂଗ୍ରେସ ଏହି ଗ୍ରୀନ କୋବ୍ରାକୁ ଅନୁସନ୍ଧାନ କରିବା ଦରକାର।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button