IBN ଓଡ଼ିଶା ବ୍ୟୁରୋ

ଏହାକୁ କୌଣସି ସାଧାରଣ ପତ୍ର ଭାବନ୍ତୁ ନାହିଁ, ଲକ୍ଷେ ପ୍ରକାରର ଔଷଧ ଏହି ଗୋଟିଏ ପତ୍ର ଆଗରେ ଫେଲ, କିଡନୀ ଷ୍ଟୋନ ପାଇଁ ବରଦାନ

ତେବେ ମୁଣ୍ଡ ବ୍ୟଥା, ଆଖି ବ୍ୟଥା, ପରିସ୍ରା ବେଳେ ଜ୍ୱଳନ ହେବା ତାହା ସହିତ ଆପଣଙ୍କର ଯଦି କିଡ଼ନୀ ରେ ଷ୍ଟୋନ ଜମିବା ଭଳି କିଛି ସମସ୍ୟା ମାନ ଦେଖା ଯାଇଥାଏ, ତାହେଲେ ଆପଣ ଜମାରୁ ବି ଟେନସନ ହୁଅନ୍ତୁ ନାହିଁ । ଆଜି ଆପଣ ମାନଙ୍କୁ ସହଜ ଘରେଇ ଉପଚାର ବିଷୟରେ ଜଣେଇବି ଯାହାକୁ ବ୍ୟବହାର କରିକି ଆମେ କିଡ଼ନୀ ଭଳି ସମସ୍ୟା ରୁ ସବୁଦିନ ପାଇଁକି ମୁକ୍ତି ପାଇପାରିବା । ଆସନ୍ତୁ ତାହେଲେ ସେହି ଘରେଇ ଉପଚାର ବିଷୟରେ ଜାଣିବା ।

ତେବେ ଆମେ ଅମରପୋଇ ପତ୍ର କୁ ବ୍ୟବହାର କରିକି ବିଭିନ୍ନ ପ୍ରକାର ସମସ୍ୟା ରୁ ମୁକ୍ତି ପାଇପାରିବା, ତାହା ସହିତ ଏହି ପତ୍ର କୁ ଆମେ ସହଜରେ ଘରେ ଲଗାଇ ପାରିବା । ତାହା ବ୍ୟତୀତ ଏହି ଗଛରେ ପତ୍ର ରୁ ଗଛ ସୃଷ୍ଟି ହେଉ ଥିବାରୁ ଆମେ ମାନେ ସହଜରେ ଏହି ଗଛ ର ବଂଶ ବିସ୍ଥାର କରି ପାରିବା ।

ତେବେ ଆପଣ ମାନଙ୍କର ଯଦି ମୁଣ୍ଡ ବିନ୍ଧିବା ଭଳି ସମସ୍ୟା ଦେଖା ଯାଉଥାଏ । ତାହେଲେ ଆପଣ ମାନେ ଏହି ପତ୍ର କୁ ଛେଞ୍ଚି ସେହି ପେଷ୍ଟ କୁ କାଢି ମୁଣ୍ଡରେ ଲଗାଇ କିଛି ସମୟ ରଖିବେ । ଯାହା ଯୋଗୁ ଆପଣଙ୍କର ମୁଣ୍ଡ ବିନ୍ଧିବା ଭଳି ସମସ୍ୟା ଦୂରେଇଯିବ ।

ତେବେ ଯଦି ଆପଣଙ୍କର ଆଖି ବିନ୍ଧିବା ଭଳି ସମସ୍ୟା ଥାଏ, ତାହେଲେ ଆପଣ ମାନେ ଆଖି ର ଚାରି ପାଖରେ ଏହି ପତ୍ରର ରସ କୁ ଲଗାନ୍ତୁ । ଯଦି ଆପଣଙ୍କ ମୂତ୍ର ଜନିତ ସମସ୍ୟା ଦେଖା ଦେଉଥାଏ । ତାହେଲେ ଏହି ଅମର ପୋଇ ପତ୍ର ର ରସ ୫ ଏମେଲେ ନେଇକି ସେଥିରେ ମହୁ ମିଶାଇ ସେବନ କରିଲେ ସେଥିରୁ ମୁକ୍ତି ପାଇପାରିବା ।

ଯଦି ଆପଣଙ୍କର ଷ୍ଟୋନ ଭଳି ସମସ୍ୟା ଥାଏ ତାହେଲେ ଆପଣ ଗାଢ଼ା ପ୍ରସ୍ତୁତ କରିକି ପିଇ ପାରିବେ । କିନ୍ତୁ ସେଥିପାଇଁ ଆପଣ ପ୍ରଥମେ ପାଣି ନେଇ ସେଥିରେ ୨ ଟି ଅମର ପୋଇ ପତ୍ର ନେଇକି ଛୋଟ ଛୋଟ ଖଣ୍ଡ କରିକି ଛିଣ୍ଡି ତାକୁ ପାଣିରେ ଫୁଟାଇବେ । ତାହା ପରେ ପାଣି ଅଧା ହେଇଗଲା ପରେ କାଢି ଛାଣି ଦିଅନ୍ତୁ,ଆଉ ସେହି ପାଣି ଉଷୁମ ଥିବା ସମୟରେ ସେଥିରେ ଶିଳାଜୁତ ମିଶାନ୍ତୁ ଆଉ ତାହା ପରେ ମହୁ ମିଶାଇ ସେବନ କରନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button