ରାଜ୍ୟ

ଇ-ଭେରିଫିକେସନ୍‌ ସ୍କିମ୍‌ ଉପରେ ସେମିନାର

ଭୁବନେଶ୍ବର: କେନ୍ଦ୍ର ସରକାରଙ୍କ ଇ-ଭେରିଫିକେସନ୍ ସ୍କିମ୍‌ ୨୦୨୧ ଏବଂ ବିତ୍ତୀୟ ନେଣଦେଣ ସମ୍ପର୍କିତ ବିବରଣୀ ଦାଖଲକୁ ନେଇ ଓଡ଼ିଶା ଆୟକର ବିଭାଗର ଇଣ୍ଟେଲିନ୍ସେ ଆଣ୍ଡ୍ କ୍ରିମିନାଲ୍‌ ଇନ୍‌ଭେ‌ଷ୍ଟିଗେସନ୍ ଡାଇରେକ୍ଟୋରେଟ୍‌ ପକ୍ଷରୁ ଏକ ସେମିନାର ଅନୁଷ୍ଠିତ ହୋଇଯାଇଛି। ସେଥିରେ ବିଭାଗର ପ୍ରଧାନ ମହାନିର୍ଦ୍ଦେଶକ ସୁନିତା ବୈଂଶଲା ସ୍କିମ୍‌ର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। ୨୦୨୧ ଡିସେମ୍ବର ୧୩ରୁ ଇ-ଭେରିଫିକେସନ୍ ସ୍କିମ୍‌ ଆରମ୍ଭ ହେବା ପରେ ନିୟମ ପାଳନ ଓ ଟିକସ ଆଦାୟରେ ଉଲ୍ଲେଖନୀୟ ବୃଦ୍ଧି ହୋଇଛି। ଏଥି ସହିତ ବିବାଦ ସଂଖ୍ୟା ହ୍ରାସ ପାଇଥିବା ସେ ସୂଚନା ଦେଇଛନ୍ତି।

କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ଚାର୍ଟାର୍ଡ ଆକାଉଣ୍ଟାଣ୍ଟ, ବିତ୍ତୀୟ ଅଧିକାରୀ ଓ ଆଇନଜୀବୀମାନଙ୍କୁ ସମ୍ବୋଧିତ କରି ଟିକସଦାତାଙ୍କ ସଠିକ୍ ତଥ୍ୟ ପ୍ରଦାନ କରିବାକୁ ଆହ୍ବାନ ଦେଇଛନ୍ତି। ରିପୋର୍ଟିଂ ସଂସ୍ଥାଗୁଡ଼ିକ ଆୟକର ବିଭାଗ ଓ ଟିକସଦାତାଙ୍କ ମଧ୍ୟରେ ସେତୁ ଭାବେ କାର୍ଯ୍ୟ କରନ୍ତି। ରିପୋର୍ଟିଂ ସଂସ୍ଥାଗୁଡ଼ିକ ଆର୍ଥିକ ନେଣଦେଣର ସଠିକ୍ ତଥ୍ୟ ପ୍ରଦାନ କରିବା ଏବଂ ଆୟକରଦାତା ତଥ୍ୟକୁ ନିଜ ଆୟକର ରିଟର୍ଣ୍ଣରେ ସଠିକ୍ ଭାବେ ପ୍ରଦାନ କରିବା ଦ୍ବାରା ଦେଶରେ ଆୟକରଦାତା ଓ ଆୟକର ସଂଗ୍ରହ ବୃଦ୍ଧି ପାଇବାରେ ସହାୟକ ହୋଇଥିବା ସେ କହିଛନ୍ତି। ଇ-ଭେରିଫିକେସନ୍ ସ୍କିମ୍ ପ୍ରଭାବରେ ଆଗାମୀ ଦିନରେ ମଧ୍ୟ ଟିକସଦାତାଙ୍କ ସଂଖ୍ୟା ବୃଦ୍ଧି ପାଇବ ବୋଲି ସେ ଆଶା ପ୍ରକଟ କରିଛନ୍ତି। ଏହି ଅବସରରେ ଓଡ଼ିଶାର ପ୍ରଧାନ ମୁଖ୍ୟ ଆୟକର ଆୟୁକ୍ତ ରାହୁଲ କର୍ଣ୍ଣା ଓ ଅନ୍ୟମାନେ ଉପସ୍ଥିତ ଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button