IBN ଓଡ଼ିଶା ବ୍ୟୁରୋ

ରାତିରେ ଠିକରେ ନିଦ ହେଉନି କି ! ତେବେ ଆଜି ରାତି ଠାରୁ ଏହାକୁ ଟ୍ରାଏ କରନ୍ତୁ, ବେଡ୍ ଦେଖୁ ଦେଖୁ ନିଦ ଆସିଯିବ.

ନ୍ଧୁଗଣ ସୁସ୍ଥ ମନ ଓ ମସ୍ତିଷ୍କ ତଥା ସମ୍ପୂର୍ଣ୍ଣ ଶରୀରକୁ ଠିକ ରଖିବାକୁ ଚାହୁଁଥିଲେ । ଆପଣଙ୍କୁ ଏକ ଭଲ ନିଦ୍ରା ରାତି ସମୟରେ ନେବାର ଆବଶ୍ୟକତା ରହିଥାଏ । ଯଦି ଆପଣ ସମ୍ପୂର୍ଣ୍ଣ ଭାବରେ ନିଦ୍ରା ନେଇ ପାରୁନାହାନ୍ତି ବା ଭୁଲ ସମୟରେ ଶୋଉଛନ୍ତି ବା ଅଳ୍ପ ସମୟରେ ନିଦ ପୁରା କରନ୍ତି ତ ଏହାଦ୍ବାରା ନିଦ୍ରାର ସମସ୍ୟା ଦେଖାଦେଇଥାଏ ।

ଯଦି ଆପଣ 7 ରୁ 8 ଘଣ୍ଟା ନିଦ୍ରା ନିଅନ୍ତି ତ ଶରୀରର ରୋଗପ୍ରତିରୋଧକ ଶକ୍ତି ବଢିବା ସହିତ ବ୍ଲଡ ପ୍ରେସର ଓ ହରମୋନ ବି ଠିକ ରହିଥାଏ ।

ନିଦ୍ରା ସମ୍ବନ୍ଧିତ ସମସ୍ୟା ବିଭିନ୍ନ ପ୍ରକାରର ପରିସ୍ଥିତି ପ୍ରଭାବରୁ ହୋଇଥାଏ, ଯାହା ନିୟମିତ ଭାବେ ଆସୁଥିବା ନିଦ୍ରାକୁ ପ୍ରଭାବିତ କରିଥାଏ ।

ସ୍ଲିପଏପନୋୟା;- ଏଥିରେ ରକ୍ତରେ ଅକ୍ସିଜେନ କମ ହେବାରୁ ନିଶ୍ବାସ ନେବାରେ କଷ୍ଟ ହୋଇଥାଏ । ଏଥିରେ ହଟାତ ନିଶ୍ବାସ ବନ୍ଦ ହୋଇଯାଏ ତାପରେ ଧୀରେ ଧୀରେ ଆସିଥାଏ । ଅକ୍ସିଜେନ ପ୍ରଭାବରୁ ମସ୍ତିଷ୍କ ଓ ଶରୀରର ଅନ୍ୟ ଅଂଶ ମଧ୍ୟ ପ୍ରଭାବିତ ହୋଇଥାଏ, ଯାହାଦ୍ଵାରା ନିଦ୍ରାରେ ସମସ୍ୟା ଆସିଥାଏ । ଘୁଙ୍ଗୁଡ଼ି ମାରିବା ଓ ହଟାତ୍ ଭୟଭୀତ ହୋଇ ଉଠି ମୁହଁ ଶୁଖିଯିବା ଏହାର ସାମାନ୍ୟ ଲକ୍ଷଣ ହୋଇଥାଏ ।

ରେସ୍ଟଲେସ ଲେଗ ସିଣ୍ଡ୍ରୋମ;- ଏଥିରେ ବ୍ୟକ୍ତି ସବୁବେଳେ ନିଜ ଗୋଡ଼କୁ ହଲାଇଥାଏ । ଯେବେ ଶୋଇବାକୁ ଯାଏ ଗୋଡ଼ରେ ଜଳାପୋଡା ହୋଇଥାଏ, ତେଣୁ ଭଲ ନିଦ ହୋଇନଥାଏ ।

ଇମସୋମେନୀୟା;- ଅଧିକାଂଶ ଲୋକଙ୍କ ପାଖରେ ଏହି ସମସ୍ୟା ବେଶୀ ଦେଖାଯାଇଥାଏ । ଏହି ସମସ୍ୟାରେ ବ୍ୟକ୍ତିଙ୍କୁ ନିଦ ନ ଆସିବା ଓ ନିୟମିତ ସମ୍ପୂର୍ଣ୍ଣ ଭାବରେ ନିଦ ହେବାରେ ସମସ୍ୟା ଆସିଥାଏ ।

ତେବେ ଭଲ ନିଦ୍ରାରେ ଶୋଇବାକୁ ଚାହୁଁଥିଲେ । ଶୋଇବା ସମୟ ସବୁବେଳେ ଗୋଟେ ସ୍ଥିର ରଖନ୍ତୁ । ସନ୍ଧ୍ୟା ଓ ରାତି ସମୟରେ ଅଧିକ ଖାଆନ୍ତୁ ନାହିଁ । ଶୋଇବା ପୂର୍ବରୁ ଟିଭି , କମ୍ପ୍ୟୁଟର ଓ ମୋବାଇଲ ବ୍ୟବହାର କମ କରନ୍ତୁ । ପ୍ରତିଦିନ ବ୍ୟାୟାମ କରନ୍ତୁ । ଖରାବେଳେ ଶୁଅନ୍ତୁ ନାହିଁ । ଶୋଇବା ପୂର୍ବରୁ ଗରମ ପାଣିରେ ଗାଧେଇଲେ ଭଲ ନିଦ ହୁଏ ଓ ରିଲାକ୍ସ ମଧ୍ୟ ଅନୁଭବ ହୋଇଥାଏ ।

ଆଶା କରୁଛୁ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ପୋଷ୍ଟଟି ଭଲ ଲାଗିଥିବ । ତେବେ ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିବା ସହ ଭଲ ଭଲ ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ୍ ଓ ଶେୟାର କରିବାକୁ ବିଲକୁଲ ବି ଭୁଲିବେ ନାହିଁ ।

Related Articles

Leave a Reply

Your email address will not be published. Required fields are marked *

Back to top button