ରାଜ୍ୟ

ଜେଏସପି ଫାଉଣ୍ଡେସନ ପକ୍ଷରୁ ଭୁବନେଶ୍ୱରରେ ଦୃଷ୍ଟିହୀନଙ୍କ ପାଇଁ ଅତ୍ୟାଧୁନିକ ସହାୟକ ଉପକରଣ ଲାଇବ୍ରେରୀ ସ୍ଥାପନ – Ibnodisha

[ad_1]

ଭୁବନେଶ୍ବର: ଦୃଷ୍ଟିବାଧିତ ବ୍ୟକ୍ତିମାନଙ୍କ ଜୀବନଧାରଣ ମାନଙ୍କୁ ଉନ୍ନତ କରିବା ନିମନ୍ତେ ସହାୟତା ପାଇଁ ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର (ଜେଏସପି)ର ସାମାଜିକ ଅନୁଷ୍ଠାନ ଜେଏସପି ଫାଉଣ୍ଡେସନ ପକ୍ଷରୁ ଭୁବନେଶ୍ବରରେ ଏକ ଏକ ଅତ୍ୟାଧୁନିକ ସହାୟକ ଉପକରଣ ଲାଇବ୍ରେରୀ ‘ଜିନ୍ଦଲ ଜ୍ଞାନ’ ସ୍ଥାପନ କରାଯାଇଛି । ଗତକାଲି (ଏପ୍ରିଲ ୧୧) ଓଡ଼ିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପ୍ରମୁଖ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ, (ଆଇଏଏସ୍) ଏହି ଲାଇବ୍ରେରୀକୁ ଉଦଘାଟନ କରିଥିଲେ । ଏହି ଅବସରରେ ଜେଏସପିର ପ୍ରେସିଡେଣ୍ଟ ତଥା ଗୃପ ସିଏସ୍ଆର୍ ମୁଖ୍ୟ ଶ୍ରୀ ପ୍ରଶାନ୍ତ ହୋତା, ଏସଭିନିରତାରର ପ୍ରୋସ୍ଥେଟିକ୍ସ ଓ ଅର୍ଥୋଟିକ୍ସ ବିଭାଗ ମୁଖ୍ୟ ପ୍ରଫେସର ଶ୍ରୀକାନ୍ତ ମହାରଣା, ଓଡ଼ିଶା ଆସୋସିଏସନ୍ ଅଫ୍ ଦି ବ୍ଲାଇଣ୍ଡର ସଭାପତି ସନ୍ୟାସୀ ବେହେରା ଏବଂ ୱିଫରୟୁର ସମ୍ପଦକ ଶ୍ରୀ ଅଭୟ ମହାନ୍ତ  ଉପସ୍ଥିତ ଥିଲେ ।

ଅତ୍ୟାଧୁନିକ ଜ୍ଞାନକୌଶଳର ଉପଯୋଗ କରି ଦୃଷ୍ଟିହୀନ ଦିବ୍ୟାଙ୍ଗମାନଙ୍କୁ ଅତ୍ୟାଧୁନିକ ସହାୟକ ଉପକରଣ ଉପଲବ୍ଧ କରାଇ ସେମାନଙ୍କୁ ସଶକ୍ତ କରିବା ଉଦ୍ଦେଶ୍ୟରେ ସ୍ଥାପନ କରାଯାଇଥିବା  ଏହି ଲାଇବ୍ରେରୀ ଭୁବନେଶ୍ୱରର ଖଣ୍ଡଗିରିବାଡ଼ିଠାରେ ଅବସ୍ଥିତ । ସାମାଜିକ ଅନୁଷ୍ଠାନ ୱିଫରୟୁ ଚାରିଟେବଲ୍ ଟ୍ରଷ୍ଟ ଦ୍ବାରା ଏହାର ପରିଚାଳନା କରାଯିବ ।  ଦୃଷ୍ଟିହୀନ ବ୍ୟକ୍ତିମାନଙ୍କୁ ସଶକ୍ତ କରିବା ପାଇଁ ଜେଏସ୍ ପି ଫାଉଣ୍ଡେସନ୍ ଓ ୱିଫରୟୁର ଅଭିନବ ପ୍ରୟାସକୁ ଶ୍ରୀ ବିଷ୍ଣୁପଦ ସେଠୀ (ଆଇଏଏସ୍) ପ୍ରଶଂସା କରିଥିଲେ। ଦୃଷ୍ଟିହୀନ ବ୍ୟକ୍ତିମାନଙ୍କ ଦୈନନ୍ଦିନ କାର୍ଯ୍ୟରେ ସହାୟତା କରିବା ସହିତ ସେମାନଙ୍କ ଜୀବନରେ ବହୁତ ଉନ୍ନତି ଆଣିବାରେ ଏହି ଲାଇବ୍ରେରୀ ସାହାଯ୍ୟ କରିବ ବୋଲି ସେ ଆଶା ବ୍ୟକ୍ତ କରିଥିଲେ ।

ଏହି ଅବସରରେ ଶ୍ରୀ ପ୍ରଶାନ୍ତ ହୋତା କହିଥିଲେ, “ଜେଏସପି ଫାଉଣ୍ଡେସନର ଅଧ୍ୟକ୍ଷା ଶ୍ରୀମତୀ ଶାଲୁ ଜିନ୍ଦଲଙ୍କ ଦର୍ଶନ ଦ୍ବାରା ଅନୁପ୍ରାଣିତ ହୋଇ ଆମେ ସର୍ବଦା ଏକ ଅନ୍ତର୍ଭୁକ୍ତ ଭାରତ ଗଠନ ନିମନ୍ତେ ପ୍ରୟାସରତ । ଏହି ଲାଇବ୍ରେରୀ ଏ ଦିଗରେ ଆମର ଅନ୍ଯତମ ପ୍ରୟାସ । ଏହି ପାଠାଗାର ଭୁବନେଶ୍ବରର ଦୃଷ୍ଟିହୀନ ବ୍ୟକ୍ତିଙ୍କ ଜୀବନରେ ସକାରାତ୍ମକ ପ୍ରଭାବ ପକାଇବା ପାଇଁ ଏକ ମଡେଲ ଭାବେ କାର୍ଯ୍ୟ କରିବ ବୋଲି ଆମେ ଆଶା କରୁଛୁ”।

ଉନ୍ନତ ଜ୍ଞାନକୌଶଳବ୍ୟବହାର କରି ଦୃଷ୍ଟିହୀନମାନଙ୍କ ମଧ୍ୟରେ ଅନ୍ତର୍ଭୁକ୍ତୀକରଣକୁ ପ୍ରୋତ୍ସାହିତ କରୁଥିବା ଏହି ଲାଇବ୍ରେରୀରେ ୧୦୦ରୁ ଅଧିକ ଅତ୍ୟାଧୁନିକ ସହାୟକ ଉପକରଣ ରହିଛି ।  ସ୍ପିଚ୍ ରେକଗ୍ନିସନ୍ ଡିଭାଇସ୍, ମୋବିଲିଟି ଏଡସ ଏବଂ ଯୋଗାଯୋଗ ଉପକରଣ ବିଭିନ୍ନ ଅତ୍ୟାଧୁନିକ ଉପକରଣଗୁଡିକୁ ଭାରତ ଏବଂ ବିଦେଶର ବିଭିନ୍ନ ଅଞ୍ଚଳରୁ ଅଣାଯାଇଛି । ଦୃଷ୍ଟିହୀନ ବ୍ୟକ୍ତିମାନେ ସେମାନଙ୍କ ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଦୈନନ୍ଦିନ ଆବଶ୍ୟକତା କ୍ଷେତରେ ସହାୟତା ପାଇଁ  ଏହି ଅତ୍ୟାଧୁନିକ ଉପକରଣ ଗୁଡିକୁ ବ୍ୟବହାର କରିପାରିବେ । ଉପକରଣଗୁଡିକର ଉପଯୁକ୍ତ ବ୍ୟବହାର ସୁନିଶ୍ଚିତ କରିବା ପାଇଁ ପ୍ରଶିକ୍ଷଣ ପ୍ରଦାନ କରାଯିବ । ଦୃଷ୍ଟିହୀନ ଦିବ୍ୟାଙ୍ଗମାନଙ୍କୁ ସଶକ୍ତ କରିବା ପାଇଁ ବିଭିନ୍ନ ପ୍ରକାରର ସହାୟକ ଜ୍ଞାନକୌଶଳର ଗବେଷଣା ଏବଂ ବିକାଶ କ୍ଷେତରେ ମଧ୍ୟ ଏହି ଲାଇବ୍ରେରୀ କାର୍ଯ୍ୟ କରିବ । ୱିଫରୟୁର ଦ୍ୱାରା ବିକଶିତ ବିଭିନ୍ନ ବିଷୟଉପରେ ଅଡିଓ ପୁସ୍ତକ ଗୁଡିକ ମଧ୍ୟ ଏହି ଲାଇବ୍ରେରୀରେ ଉପଲବ୍ଧ ହେବ । 

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button